ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ହଠାତ୍ ଦିଲ୍ଲୀ ପହଞ୍ଚିବା ପରେ କଂଗ୍ରେସ ମୁଖ୍ୟାଳୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଯାଇଥିଲା।
ଯାହାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କର୍ଣ୍ଣାଟକରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି। ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ, ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଶିବକୁମାରଙ୍କୁ ଏହି ଦାୟିତ୍ୱ ନେବାକୁ ପଡ଼ିବ। ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି କଂଗ୍ରେସ।
କଂଗ୍ରେସ ସଂଗଠନ ମହାସଚିବ କେସି ଭେନୁଗୋପାଳ ସ୍ପଷ୍ଟ ଭାବରେ କହିଛନ୍ତି ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର କୌଣସି ପ୍ରଶ୍ନ ଉଠୁନାହିଁ। ସେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନର ବ୍ୟବସ୍ଥା ଜାରି ରହିବ। ଦଳ ଭିତରେ ଅସନ୍ତୋଷ କିମ୍ବା ଗୋଷ୍ଠୀବାଦର କୌଣସି ସଙ୍କେତକୁ ଏଡାଇବା ପାଇଁ ବୈଠକ ସମୟରେ ସିଦ୍ଧରମୈୟା ଏବଂ ଡିକେ ଶିବକୁମାର ଉଭୟ ତାଙ୍କ ସହିତ ଉପସ୍ଥିତ ଥିଲେ। କଂଗ୍ରେସ ସ୍ପଷ୍ଟ କରିଛି ଯେ ଦିଲ୍ଲୀରେ ହୋଇଥିବା ବୈଠକ କୌଣସି ବିବାଦର ସମାଧାନ ପାଇଁ ନୁହେଁ ବରଂ ଆଗାମୀ ରାଜ୍ୟସଭା ଏବଂ ବିଧାନସଭା ପରିଷଦ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଥିଲା।