ଚେନ୍ନାଇ: ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ପକ୍ଷରୁ ଗୋଟିଏ ବି ମ୍ୟାଚ ଆଘାତ ସମସ୍ୟା ଯୋଗୁ ଖେଳି ପାରି ନାହାନ୍ତି । ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଦଳ ପ୍ଲେ ଅଫରେ ପ୍ରବେଶ କରିପାରି ନ ଥିଲା । ଇତି ମଧ୍ୟରେ ଚେନ୍ନାଇ ଟିମର ସିଇଓ କାଶୀ ବିଶ୍ୱନାଥ ଷ୍ଟାର ଖେଳାଳି ଧୋନୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଚେନ୍ନାଇ ଟିମ ପକ୍ଷରୁ ସେ କେଉଁ ଭୂମିକା ତାହା ସମ୍ପୂର୍ଣ୍ଣ ସିଏ ନିଜେ ବାଛିବେ । ଖେଳାଳି, କୋଚ ଓ ମେଂଟର ସେ ଯାହା ଚାହିଁବେ ସେହି ଦାୟିତ୍ୱ ନେଇପାରିବେ । ସେ ଆମ ଟିମର ଏକ ଖେଳାଳି ନୁହନ୍ତି ବରଂ ପରିଚୟର ଅଂଶ ବୋଲି ବିଶ୍ୱନାଥ କହିଛନ୍ତି ।
ଧୋନୀ ସର୍ବଦା ବ୍ୟକ୍ତିଗତ ନିଷ୍ପତି ନିଜେ ନେଇଥାନ୍ତି । ଆମେ ତାଙ୍କ ନିଷ୍ପତିକୁ ଅପେକ୍ଷା କରିଛୁ । ଏହି ଅବସରରେ ରିତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଥିଲେ । ବିଶ୍ୱନାଥ କହିଥିଲେ ଧୋନୀ ଓ କୋଚ ଷ୍ଟିଫେନ ଫ୍ଲେମିଂ ତାଙ୍କୁ ଏକ ଶାନ୍ତ ଏବଂ ପରିପକ୍ୱ ଅଧିନାୟକ ଭାବେ ଗଢ଼ି ତୋଳିଛନ୍ତି । ଆଗାମୀ ଦିନରେ ସେ ନିଶ୍ଚିତ ଭାବେ ଦଳକୁ ଫାଇଦାରେ ରଖିବେ । ୪୪ ବର୍ଷୀୟ ଧୋନୀ ଏଥର ଖେଳିବେ କି ନାହିଁ ତାହା ଏକ ସସ୍ପେନ୍ସ ଭାବେ ଶେଷ ପର୍ଯ୍ୟନ୍ତ ରହିଥିଲା । ଅବଶ୍ୟ ଏହା ପରୋକ୍ଷରେ ପ୍ରଶଂସକଙ୍କୁ ଅସନ୍ତୁଷ୍ଟ କରିଥିଲା । ଧୋନୀ ଫିଟ ନ ଥିବା ସ୍ପଷ୍ଟ କରିଦେବା ଉଚିତ ଥିଲା ବୋଲି ପୂର୍ବତନ ଖେଳାଳିମାନେ ମତ ଦେଇଥିଲେ ।