Latest Odisha News

BREAKING NEWS

ଜିଲ୍ଲା ପରିଷଦ ମହିଳା ବାଥରୁମରେ ସିକ୍ରେଟ୍ କ୍ୟାମେରା, ସରଜମିନ୍ ତଦନ୍ତ କରୁଛି ପୋଲିସ

ଜଗତସିଂହପୁର: ଗତସିଂହପୁର ଜିଲ୍ଲା ପରିଷଦ ମହିଳା ବାଥରୁମରେ ଲାଗିଛି ସିକ୍ରେଟ୍ କ୍ୟାମେରା । ଥାନାରେ ଏତଲା ପରେ ଜବତ ହେଲା ସିକ୍ରେଟ୍ କ୍ୟାମେରା । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତିର୍ତ୍ତୋଲ ଏସଡିପିଓ କହିବା ସହ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି ।

ସୂଟନା ମୁତାବକ, ଜଣେ ମହିଳା କର୍ମଚାରୀ ବାଥରୁମ୍ ବ୍ୟବହାର କରିବା ସମୟରେ ସିକ୍ରେଟ୍ କ୍ୟାମେରା ଖସି ପଡ଼ିଥିଲା । କ୍ୟାମେରା ଦେଖି ମହିଳା ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ । ଜିଲ୍ଲା ପରିଷଦ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳ ଘଟଣା ସମ୍ପର୍କରେ ତଦନ୍ତ କରିବା ଲାଗି ଏସପିଙ୍କୁ ଜଣାଇଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ମହିଳାଙ୍କ ବାଥରୁମରେ କ୍ୟାମେରା ଲଗେଇଲା କିଏ ? ଏହାକୁ ଲଗାଯିବା ପଛର ଉଦ୍ଦେଶ୍ୟ କଣ ? ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ରଖି ବ୍ଲାକମେଲିଂ ଉଦ୍ଦେଶ୍ୟରେ ଲଗାଯାଇଛି ନା ପ୍ରତିଶୋଧ ନେବାକୁ ଏହି କ୍ୟାମେରା ଖଞ୍ଜାଯାଇଛି ? କୌଣସି ପୁରୁଷ କର୍ମଚାରୀ ନା ମହିଳା କର୍ମଚାରୀ ? ଏସବୁ ର ସତ୍ୟାସତ୍ୟ ପାଇବାକୁ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.