Latest Odisha News

BREAKING NEWS

ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍

ଭୁବନେଶ୍ବର: ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ, ଏବେ ଏନଏଚଆରସି ଟିମ୍ ତଦନ୍ତ କରିବ ବୋଲି ସୂଚନା ରହିଛି । ଏନେଇ ୫ ଦିନିଆ ଭୁବନେଶ୍ବର ଗସ୍ତରେ ୨ ଜଣ ସଦସ୍ୟ ଓଡ଼ିଶା ଆସି ବାଲିଅନ୍ତା ଯାଇ ଘଟଣାର ଅନୁଧ୍ୟାନ କରିବେ ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଗିରଫଦାରୀ ସଂଖ୍ୟ ଆହୁରି ବଢିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ସୌମ୍ୟଙ୍କ ବାପା ଓ ମା’ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସୌମ୍ୟଙ୍କ ପରିବାର କେବଳ କ୍ରାଇମ ବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବି କରିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସୌମ୍ୟଙ୍କ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି । କ୍ରାଇମବ୍ରାଞ୍ଚ ଏହି କେସ୍‌କୁ ଦବାଇବାକୁ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଠିକ ସମୟରେ ବିବାଦର ସମାଧାନ ନହେଲେ ସୌମ୍ୟଙ୍କ ମାଆ ଓ ଗ୍ରାମବାସୀ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ମେ’୭ ତାରିଖରେ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ ୨ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା । ପରେ ଉଭୟ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେ ଲୋକମାନେ ସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.