ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଜେଡି ସେଣ୍ଟର ଅଫ୍ ଆର୍ଟ ମିଳିତ ଭାବେ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୭ରୁ ୯ ତାରିଖ ଯାଏଁ ୧୩ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଆୟୋଜିତ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମହୋତ୍ସବକୁ ଉଦଘାଟନ କରିବେ, ଯେଉଁଥିରେ ଦେଶ ଓ ବିଦେଶୀରୁ କଳା ଉପରେ ଫିକ୍ସନ, ବୃତ୍ତଚିତ୍ର ଓ ଆନିମେସନ୍ ଫିଲ୍ମର ପ୍ରଦର୍ଶନ କରାଯିବ ।
ଏଥିରେ ୧୩ ଦେଶର ୪୮ଟି ଫିଲ୍ମ ସ୍କ୍ରିନିଂ କରାଯିବ । ଯେଉଁଥିରେ ଅଷ୍ଟ୍ରେଲିଆ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ଭାରତ, ଇସ୍ରାଏଲ୍, କାଜାକିସ୍ତାନ, ମେକ୍ସିକୋ, ମିଆଁମାର, ୟୁକେ ଓ ୟୁଏସଏ ରହିଛି ।
ଏହାବ୍ୟତିତ ଏହି ଅବସରରେ ସଚିତ୍ର ବାଖ୍ୟାନ୍, କର୍ମଶାଳା, ପ୍ରଦର୍ଶନୀ ଏବଂ ଏକ୍ସିବେସନ୍ ମଧ୍ୟ ଆୟୋଜିତ କରାଯିବ ।
Comments are closed.