ନୂଆଦିଲ୍ଲୀ: ଆଇପିଏଲର ୨୦୨୬ ସଂସ୍କରଣ ଶେଷ ହୋଇଛି । ଗୁଜରାଟ ଟାଇଟାନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଏବେ ଟିମ ଇଣ୍ଡିଆ ଅନ୍ତର୍ଜାତୀୟ ସିରିଜରେ ବ୍ୟସ୍ତ ରହିବ । ଆସନ୍ତୁ ନଜର ପକାଇବ ଭାରତ କେଉଁ ସବୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଜୁନ ୬ରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ମାଧ୍ୟମରେ ଭାରତ ସିଜନ ଆରମ୍ଭ କରିବ । ଏହି ମ୍ୟାଚ ନ୍ୟୁ ଚଣ୍ଡୀଗଡରେ ଖେଳାଯିବ । ଏହା ପରେ ୧୩ରୁ ୨୦ ଜୁନ ପର୍ଯ୍ୟନ୍ତ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳାଯିବ । ୨୬ରୁ ୨୯ ଜୁନ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୨ଟି ଟି୨୦ ମ୍ୟାଚ ଖେଳିବ । ଜୁଲାଇ ୧ରୁ ଇଂଲଣ୍ଡ ଗସ୍ତରେ ଯିବ ଭାରତ । ସେଠାରେ ୧୧ ପର୍ଯ୍ୟନ୍ତ ୫ଟି ଟି୨୦ ମ୍ୟାଚ ଖେଳାଯିବ । ୧୪ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ୩ଟି ଦିିନିକିଆ ଓ ୨୩ରୁ ୨୬ ପର୍ଯ୍ୟନ୍ତ ୩ଟି ଟି୨୦ ମ୍ୟାଚ ଖେଳାଯିବ ।
ଅଗଷ୍ଟରେ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ୨ଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବାକୁ ଥିଲେ ମଧ୍ୟ ଏହାର କାର୍ଯ୍ୟସୂଚୀ ସ୍ଥିର ହୋଇନି । ୧୭ ସେପ୍ଟମ୍ବରରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଜାପାନରେ ଭାରତୀୟ ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ । ସେହିପରି ୨୭ ସେପ୍ଟମ୍ବରରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଭାରତ ୩ଟି ମ୍ୟାଚ ୱେଷ୍ଟଇଣ୍ଡିଜ ସହ ଖେଳିବ । ୬ରୁ ୧୭ ପର୍ଯ୍ୟନ୍ତ ୫ଟି ଟି୨୦ ମ୍ୟାଚ ଖେଳାଯିବ । ଅକ୍ଟୋବର ୨୨ରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ, ୫ଟି ଦିିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ଏହାର ତାରିଖ ମଧ୍ୟ ଘୋଷଣା କରାଯାଇ ନାହିଁ ।