Latest Odisha News

BREAKING NEWS

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୩୧ ଯାଏଁ ଜାରି ରହିବ ଫେରସ୍ତ ପ୍ରକ୍ରିୟା

ଭୁବନେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ବଢ଼ିଲା ଟଙ୍କା ଫେରସ୍ତ ଅବଧି । ଅଗଷ୍ଟ ୩୧ ଯାଏଁ ରହିବ ଜାରି ରହିବ ଫେରସ୍ତ ପ୍ରକ୍ରିୟା । ଏବେ ଟଙ୍କା ଫେରସ୍ତ ପାଇଁ ଆଉ ମୂଳ ରସିଦର ଆବଶ୍ୟକତା ନାହିଁ । ଏହା ରାଜ୍ୟର କ୍ଷୁଦ୍ର ଜମାକାରୀମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ।

ବହୁ କ୍ଷୁଦ୍ର ଜମାକାରୀଙ୍କ ପାଖରେ ମୂଳ ଜମା ରସିଦ ଉପଲବ୍ଧ ନାହିଁ । ତେଣୁ କ୍ଷୁଦ୍ର ଜମାକାରୀ କେବଳ ପରିଚୟ ପତ୍ର ଦେଖାଇ ଜମା ଟଙ୍କା ପାଇ ପାରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଅନେକ ଜମାକାରୀଙ୍କ ପାଖରେ ମୂଳ ରସିଦ ଉପଲବ୍ଧ ନଥିବାରୁ ସେମାନେ ଟଙ୍କା ଫେରି ପାଇବାରୁ ବଞ୍ଚିତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଅବଧିକୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଜମାକାରୀମାନେ www.opid.odisha.gov.in ୱେବସାଇଟ୍‌କୁ ଯାଇ ଆବେଦନ ପତ୍ରର ସ୍ଥିତି ଯାଞ୍ଚ କରିପାରିବେ । ଯୋଗ୍ୟ ଜମାକାରୀମାନେ ସ୍ଥାନୀୟ ଆର୍‌ଆଇଙ୍କ ନିକଟରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିବେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଇଏଫ୍‌ଏସି କୋଡ୍ ଜମା କରିବେ ।

Leave A Reply

Your email address will not be published.