Latest Odisha News

BREAKING NEWS

କବିସୂର୍ଯ୍ୟନଗର ଥାନାରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ମାମଲା; ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିନକ କଲେ ସରକାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅସହ୍ୟ ମାଡ ଘଟଣା । ଏହି ମାମଲାରେ ସରକାର ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ଏସଆଇ ସମୀର ରାଉତ, ଏଏସଆଇ ବୈକୁଣ୍ଠ ନାଥ ଜେନା ଓ କନେଷ୍ଟବଳ ସୁମନ କୁମାର ସାହୁ ।

ଆଇପିଏସ୍‌ ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଛି । ସବ୍‌ ଇନ୍ସପେକ୍ଟର ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡି ଏଏସ୍‌ଆଇ ବୈକୁଣ୍ଠ ଜେନା ଏବଂ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି । ସେହିପରି ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର କରିଛନ୍ତି । କବିସୂର୍ଯ୍ୟନଗର ଥାନା ଏବଂ ବାଲିଛାଇ ଫାଣ୍ଡିର ସବୁ ପୋଲିସ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର ।

ସେହିପରି, କବିସୂର୍ଯ୍ୟନଗର ଥାନାରେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ତଦନ୍ତ କରିବ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ ବା ଏଚ୍‌ଆରପିସି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏଚ୍ଆରପିସିକୁ ଦାୟିତ୍ବ ଦିଆଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ପଥର ବ୍ଲାଷ୍ଟିଂ ମାମଲାରେ ସୁବୁଳିଆ ଗାଁର ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସ ପଚରାଉଚରା ପାଇଁ ୭ ଦିନ ଧରି ଅଟକ ରଖିଥିଲା । ତେବେ ଥାନା ଭିତରେ ତାଙ୍କୁ ବର୍ବର ଭାବେ ପିଟି ପିଟି ନୟାନ୍ତ କରାଯାଇଥିବା ନେଇ ପରିବାର ଲୋକେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.