ଭୁବନେଶ୍ୱର: ଓଡ଼ିଶାକୁ ନାହିଁ କରୋନା ଭୟ । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନି କରୋନା । କନ୍ଧମାଳର ଚୀନରୁ ଫେରନ୍ତା ଡାକ୍ତରୀ ଛାତ୍ର କରୋନାରେ ଆକ୍ରାନ୍ତ ନୁହନ୍ତି ବୋଲି ଜଣାଯାଇଛି । ଯାଂଚ ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ମେଡିକାଲ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡାକ୍ତର ସି ବି କେ ମହାନ୍ତି ସୂଚନା ଦେଇଛନ୍ତି ।
କେବଳ ଏତିକି ନୁହେଁ ଓଡ଼ିଶାରୁ ଯେଉଁ ଛଅ ଜଣ କରୋନା ସନ୍ଦିଗ୍ଧଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ରିପୋର୍ଟ ପୁନେକୁ ପଠାଯାଇଥିଲା, ସେଥିରୁ ମଧ୍ୟ ୫ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି ।
ଜାନୁଆରୀ ୩୧ରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଭୁତାଣୁରେ ଆକ୍ରନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା । ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନି ଚୀନ୍ରେ ଏମ୍ବିବିଏସ୍ ପଢ଼ୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ ଗତ ମାସ ୧୧ ତାରିଖରେ ଘରକୁ ଫେରିଥିଲେ । ତେବେ ଘରକୁ ଫେରିବା ପରେ ତାଙ୍କୁ କାଶ, ଥଣ୍ଡା ଛାଡୁ ନଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଘର ଲୋକେ ସନ୍ଦେହ କରିଥିଲେ । ଏନେଇ ମୃତ୍ୟୁଞ୍ଜୟ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ରକ୍ତ ପରୀକ୍ଷା କରିବାକୁ ନିବେଦନ କରିଥିଲେ । ଏହାପରେ ମୃତ୍ୟୁଞ୍ଜୟଙ୍କୁ ପରୀକ୍ଷା ପାଇଁ କଟକର ଏସ୍ସିବି ମେଡିକାଲକୁ ଅଣାଯାଇଥିଲା ।
BREAKING NEWS
- ସମ୍ପତି ମାମଲାରେ ନିଜକୁ କୁଇନ ପ୍ରମାଣିତ କଲେ ବିଜେପି ପ୍ରାର୍ଥୀ କଙ୍ଗନା
- ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର
- ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ
- ରାଜନୀତିରେ ମାଗଣା ବିଜୁଳି: ଆପଣଙ୍କ ବିଲ୍ କ’ଣ ଜୁନ ମାସରୁ ଦେୟମୁକ୍ତ ହୋଇପାରିବ, ପଢ଼ନ୍ତୁ ଏହି ରିପୋର୍ଟ
- ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ
- ନିର୍ବାଚନ ବେଳେ ଭୋଟରମାନେ ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ: ରାଜ୍ୟ ନିର୍ବାଚନ ଅଧିକାରୀ
- ଛାଡପତ୍ରର କାରଣ ୫ ଟଙ୍କିଆ କୁରକୁରେ, କାଠଗଡାରେ ସ୍ଵାମୀ-ସ୍ତ୍ରୀ
- ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ
- ଆୟକର କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ
- ତିହାର ଜେଲ୍କୁ ବୋମାରେ ଉଡାଇ ଦେବାକୁ ଧମକ, ସର୍ଚ୍ଚ ଅପରେସନ ଜାରି