ନୂଆଦିଲ୍ଲୀ: ଏବେ ସାରା ଦେଶରେ ଲାଗୁ ହେବନି ରାଷ୍ଟ୍ରୀୟ ନାଗରିକ ପଂଜିକା(ଏନ୍ଆର୍ସି) । ଏନେଇ ଲୋକସଭାରେ ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ବୟାନ ଦିଆଯାଇଛି । ଲୋକସଭା ସାଂସଦ ଚନ୍ଦନ ସିଂ ଏବଂ ନାଗେଶ୍ୱର ରାଓଙ୍କ ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ଜବାବ ଦେଇଛନ୍ତି ।
ଏନ୍ଆର୍ସିକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରୋଧୀ ଏହାକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ ଘେରିଛନ୍ତି । ଏନ୍ଆର୍ସି ଲାଗୁ କରିବା ପାଇଁ କେନ୍ଦ୍ର ପ୍ରସ୍ତୁତ ହେଲାଣି କି । ଏ ବାବଦରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଆଲୋଚନା କଲେଣି କି ଏଭଳି ୫ଟି ପ୍ରଶ୍ନ ସାଂସଦ ଚନ୍ଦନ ସିଂ ଓ ନାଗେଶ୍ୱର ରାଓ ପଚାରିଥିଲେ ।
ଏସବୁ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲିଖିତ ବୟାନ ଉପସ୍ଥାନ କରିଥିଲେ । ଏଯାବତ ଭାରତ ସରକାର ସାରା ଦେଶରେ ଏନ୍ଆର୍ସି ଲାଗୁ କରିବା ପାଇଁ ନିଷ୍ପତି ନେଇନାହାନ୍ତି ବୋଲି କହିଥିଲେ । ତେବେ ଏହି ପ୍ରଶ୍ନର ଉତ୍ତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେବାର ଥିଲା । କିନ୍ତୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଉତ୍ତର ଦେଇ ପାରିନଥିଲେ ।
BREAKING NEWS
- ସଂସଦରେ ଦୁର୍ଲଭ ଦୃଶ୍ୟ! ହାତ ମିଳାଇଲେ ପିଏମ ମୋଦୀ ରାହୁଲ ଗାନ୍ଧୀ
- ପୁଞ୍ଜି ନିବେଶ ପ୍ରସ୍ତାବ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନରେ, ଖୁସି ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
- ଆସନ୍ତୁ ଜାଣିବା କଣ ହେବ ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲରେ ବର୍ଷା ହୁଏ
- ‘ଜୟ ପାଲେଷ୍ଟାଇନ’ ନାରା ଦେଇ ଫସିଲେ ଓୱାଇସି, ତାଙ୍କ ନାଁରେ ମାମଲା ଦାଏର
- ଭୁଲିଗଲା ରକ୍ତ ସମ୍ପର୍କ; ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପୁଅ
- କୋଲନ କର୍କଟ ବୃଦ୍ଧିର କାରଣ, ଲକ୍ଷଣ ଓ ନିରାକରଣ
- ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା
- ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ, ଜେଲ୍ ରେ ହିଁ ରହିବେ କେଜ୍ରିୱାଲ
- ବିଶ୍ୱକପ୍ ସେମିଫାଇନାଲ : ପ୍ରଥମ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ
- ମଣିପାଲ ହସ୍ପିଟାଲରେ ସାତ ଦିନ ଶିଶୁର ବିରଳ ହୃଦ୍ ରୋଗର ସଫଳ ଚିକିତ୍ସା