Latest Odisha News

BREAKING NEWS

ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ୱର ଓୟୁଏଟି ଫାର୍ମ ସିଲ କଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର : ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ଭୁବନେଶ୍ୱର ଓଡିଶା କୃଷି ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ଥିବା ଫାର୍ମକୁ ସିଲ କରି ନାଲି ପତାକା ଲଗାଇଲେ ପ୍ରାଣୀ ସମ୍ପଦ ବିଭାଗ । କେନ୍ଦ୍ରୀୟ ଟିମ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସିଡିଭିଓ ଖୋର୍ଦ୍ଧା, ପ୍ରାଣୀ ସମ୍ପଦ ବିଭାଗର ନିର୍ଦ୍ଦେଶକ ଓ ଓୟୁଏଟି ଅଧିକାରୀଙ୍କ ଉପସ୍ଥିତିରେ ଫାର୍ମକୁ ସିଲ କରାଯାଇଛି । ପରେ ଖୋର୍ଦ୍ଧା ସିଡିଭିଓ, ପ୍ରାଣୀ ସମ୍ପଦ ବିଭାଗକୁ ସ୍ୱଚ୍ଛତା ପ୍ରମାଣପତ୍ର ଜାରି କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ କହିଛନ୍ତି, “ବାର୍ଡ ଫ୍ଲୁର ପ୍ରକୋପକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ବିଷୟରେ ସ୍ୱଚ୍ଛତା ପ୍ରମାଣପତ୍ର କେନ୍ଦ୍ରକୁ ପଠାଯିବ । କେନ୍ଦ୍ରର ପ୍ରୋଟୋକଲ ଓ ନିୟମ ଅନୁସାରେ ପଦକ୍ଷେପ ନେବାକୁ ଓୟୁୂଏଟି ନିର୍ଦ୍ଦେଶକଙ୍କୁ ଚିଠି ମଧ୍ୟ ଲେଖିଛୁ । ଫାର୍ମକୁ ୩ ମାସ ପର୍ଯ୍ୟନ୍ତ ସିଲ କରାଯିବ । ପ୍ରାଣୀ ସମ୍ପଦ ବିଭାଗ ୧୫ ଦିନରେ ଥରେ ଫାର୍ମ ପରିଦର୍ଶନରେ ଆସି ସ୍ଥିତିର ସମୀକ୍ଷା କରିବ । ଆହୁରି ୧ବର୍ଷ ଯାଏଁ ଫାର୍ମରେ କୁକୁଡା ପ୍ରଜନନ ବନ୍ଦ କରିବାକୁ ଓୟୁଏଟି ଅଧିକାରୀଙ୍କୁ ଜଣାଇଦିଆଯାଇଛି ।”

ଓୟୁଏଟି ଅଧିକାରୀଙ୍କ କହିବାନୁସାରେ, ଜାନୁୟାରୀ ୨୭ ତାରିଖାରେ ଭୋପାଳ ଲ୍ୟାବରୁ ରିପୋର୍ଟ ଆସିବା ପରେ ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା ।

Leave A Reply

Your email address will not be published.