Latest Odisha News

BREAKING NEWS

ସୌମ୍ୟରଞ୍ଜନ ହତ୍ୟା ମାମଲାରେ ବଢ଼ିବ ଗିରଫଦାରି ସଂଖ୍ୟା; କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା

ଭୁବନେଶ୍ୱର: ବାଲିଅନ୍ତାର ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଗିରଫଦାରି ସଂଖ୍ୟା ଆହୁରି ବଢ଼ିବ। ଘଟଣା ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ଏବଂ ଟେକ୍ନୋଲୋଜିର ସହାୟତାରେ ଅନେକଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।

 

ଅନ୍ୟପଟେ, ଏହି ହତ୍ୟାକାଣ୍ଡ ଘଟଣାରେ ସୌମ୍ୟରଞ୍ଜନଙ୍କ ବାନ୍ଧବୀ ଜାତୀୟ ମାନବାଧିକାର କମିଶନ (NHRC) ଆଗରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିବା ଜଣାପଡ଼ିଛି। ତାଙ୍କ କହିବା ଅନୁସାରେ, ଅଡଶପୁର ଜିମକୁ ଯିବା ସମୟରେ ସୌମ୍ୟଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଏହି ପରିଚୟ ବନ୍ଧୁତା ଓ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା।

 

ବାନ୍ଧବୀଙ୍କ ଦାବି ଅନୁଯାୟୀ, ଘଟଣା ଦିନ ସକାଳେ ସୌମ୍ୟଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା ଏବଂ ସେହି ସମୟରେ ସୌମ୍ୟ ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଝଗଡ଼ା ପରେ ସୌମ୍ୟ ଅଡଶପୁର ଜିମକୁ ଯାଇଥିଲେ ଏବଂ ସେଠାରୁ ନିଜ ସାଙ୍ଗ ଓମଙ୍କ ସହ ବାହାରକୁ ଯାଇଥିଲେ। ବାନ୍ଧବୀ ଓମଙ୍କୁ ମଧ୍ୟ ଜାଣିଥିବା ଏବଂ ତାଙ୍କ ସମ୍ପର୍କରେ NHRCକୁ ତଥ୍ୟ ଦେଇଥିବା ସୂଚନା ମିଳିଛି। ତେବେ ଝଗଡ଼ାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.