Latest Odisha News

BREAKING NEWS

ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ଆଦାୟ କରି ଆରପିଏଫ୍‌ ଇନ୍ସପେକ୍ଟର ନିଲମ୍ବିତ

ରାଉରକେଲା: ରେଳଷ୍ଟେସନରେ ଭେଣ୍ଡରଙ୍କଠୁ ବଟି ଆଦାୟ କରିବା ପଡିସା ମହଙ୍ଗା । ନିଲମ୍ବିତ ହେଲେ ଆରପିଏଫ୍‌ ଇନ୍ସପେକ୍ଟର । ଏଭଳି ଘଟଣା ସାମ୍ନାକୁ ଆସିଛି ରାଉରକେଲାରୁ । ରାଉରକେଲା ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ନେବା ଘଟଣାରେ ଶୁକ୍ରବାର ସିବିଆଇ ଆରପିଏଫ୍‌ ଇନ୍ସପେକ୍ଟର କମଲେଶ ସମାଦାର ଏବଂ ତାଙ୍କ ୨ ଜଣ ସହଯୋଗୀ ଦଲାଲ ଅଜୟ ମିଶ୍ରା ଓ ବିଟୁଙ୍କ ଘରେ ଚଢ଼ଉକରିଥିଲା ।

ଭେଣ୍ଡିଂ ପରିଚାଳନା ଓ ଲାଞ୍ଚ କାରବାର ମାମଲାରେ ଆରପିଏଫ୍‌ ଇନ୍ସପେକ୍ଟର କମଲେଶ ସମାଦାରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଚଢ଼ଉ ପରେ କମଲେଶ ଓ ଦଲାଲ ବିଟୁ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ସିବିଆଇ ଚଢ଼ଉ ଜାରି ରଖିଛି । ଘଟଣାରେ ଗିରଫ ଅଜୟ ମିଶ୍ରାକୁ ଆଜି ରାଉରକେଲା କୋର୍ଟରେ ହାଜର କରାଯାଇଛି । ଅଜୟକୁ ରିମାଣ୍ଡରେ ଆଣିବା ପାଇଁ ସିବିଆଇ ଆବେଦନ କରିଥିବା ଜଣାପଡିଛି ।

ସୂଚନା ମୁତାବକ, ରାଉରକେଲାରୁ ଝାରସୁଗୁଡା ଷ୍ଟେସନ ମଧ୍ୟରେ ଟ୍ରେନ୍‌ ଓ ଷ୍ଟେସନରେ ପରିସରରେ ଦୀର୍ଘଦିନ ଧରି ବେଆଇନ ‌ଭେଣ୍ଡିଂ କାରବାର ଚାଲୁଥିବା ଅଭିଯୋଗ ହେଉଥିଲା । ଇନ୍ସପେକ୍ଟର କମଲେଶ ସମାଦାର ପ୍ରୋତ୍ସାହନରେ ରାଉରକେଲାରେ ଷ୍ଟେସନରେ କିଛି ଦଲାଲ ଏଭଳି ବେଆଇନ କାରବାର କରୁଥିବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.