ଭୁବନେଶ୍ବର: ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ଭୁବନେଶ୍ୱରରେ ଖୋଲିବାକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି l ଏଥିପାଇଁ ଖର୍ଚ୍ଚ ହେବ ୬୩୦ କୋଟି । ସେପ୍ଟେମ୍ବର ୨୦୨୪ରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ସାକ୍ଷାତ କରି ଭୁବନେଶ୍ୱରରେ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ସ୍ଥାପନ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁରୋଧ କରିଥିଲେ l
ସାଂସଦ ଷଡ଼ଙ୍ଗୀଙ୍କ ଅନୁରୋଧ କ୍ରମେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶ୍ରୀ ଶେଖାୱତଙ୍କୁ ଚିଠି ଲେଖିଥିଲେ । ଯାହାକୁ ଅନୁମୋଦନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ।
୨୯ ମେ ୨୦୨୬ ତାରିଖର ପତ୍ର ମାଧ୍ୟମରେ ଭୁବନେଶ୍ୱରରେ NGMAର ଏକ ଶାଖା ଖୋଲିବା ପାଇଁ ସେମାନଙ୍କର ନିଷ୍ପତ୍ତିକୁ ଔପଚାରିକ ଭାବରେ ଜଣାଇଛନ୍ତି ଭାରତ ସରକାର । ଆବଶ୍ୟକୀୟ ଔପଚାରିକତାଗୁଡ଼ିକୁ ଖୁବ୍ ଶୀଘ୍ର ଓଡ଼ିଶା ସରକାର ପୂରଣ କରିବେ l ଏଥିପାଇଁ କୃତଜ୍ଞତା ଜଣାଉଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାଂସଦ ଷଡ଼ଙ୍ଗୀ ।