ଲସ ଆଞ୍ଜେଲ୍ସ: ଆମେରିକା ଓ ଇରାନ ମଧ୍ୟରେ ଏବେ ଉତେଜନା ଭରା ପରିସ୍ଥିତି ରହିଛି । ଏହାର ପ୍ରଭାବ କିଛି ମାତ୍ରାରେ କ୍ରୀଡା କ୍ଷେତ୍ରରେ ପଡିଛି । ଇରାନ ଫୁଟବଲ ଟିମ ବିଶ୍ୱକପ ଖେଳିବା ପାଇଁ ଆମେରିକା ଯିବ । ପ୍ରଥମ ଥର ପାଇଁ ଯାହା ସହିି ଯୁଦ୍ଧ ଲାଗଛି ସେହି ଟିମକୁ ସ୍ୱାଗତ କରିବା ପାଇଁ ଆୟୋଜକ ଦେଶ ବାଧ୍ୟ ହୋଇଛି । ଆୟୋଜକ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୧୫ ଜୁନରେ ଇରାନ ତାର ପ୍ରଥମ ମ୍ୟାଚ ଖେଳିବ । ଏହାର ୧୦ ଦିନ ପୂର୍ବରୁ ସମସ୍ତ ଖେଳାଳି ଓ ସହଯୋଗୀ ଷ୍ଟାଫଙ୍କୁ ଭିଜା ପ୍ରଦାନ କରାଯାଇଛି । ତେବେ ଅନ୍ୟ କୌଣସି ଇରାନୀଙ୍କୁ ଆବଶ୍ୟକ ତଦନ୍ତ ବିନା ଭିଜା ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଇରାନ ଯଦି ଏହା ଆଳରେ ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଯୋଜନା କରୁଥିବ ଏହା ସମ୍ପୂର୍ଣ୍ଣ ଭାବେ ମୂର୍ଖାମୀ ହେବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଇରାନ ଅଭିଯୋଗ କରିଛି ଯେ, ଆମେରିକା ଜାଣିଶୁଣି ଆମର ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କୁ ଭିଜା ପ୍ରଦାନ କରିନି । ମ୍ୟାଚ ଦିନ ଇରାନ ଟିମ ଏଂଟ୍ରି କରିବ ଏବେ ଏହା ଶେଷ ହେବା ପରେ ସଙ୍ଗେ ସଙ୍ଗେ ପ୍ରତ୍ୟାବର୍ତନ କରିବେ । ଟୁର୍ଣ୍ଣାମେଂଟ ଚାଲିଥିବା ବେଳେ ସେମାନେ ଆମେରିକାରେ ରହିପାରିବେ ନାହିଁ । ଖେଳାଳିମାନେ ଏ ଭଳି ମାନସିକତାରେ କିଭଳି ପ୍ରଦର୍ଶନ କରିବେ ବୋଲି ଇରାନ ପକ୍ଷରୁ ପ୍ରଶ୍ନ କରାଯାଇଛି ।