Latest Odisha News

BREAKING NEWS

ଝଗଡା ହେଲା ବୋଲି ଶିଶୁକୁ ମିଠାରେ ବିଷ ଦେଲେ ପଡୋଶୀ !ଶିଶୁଭବନରେ ଚାଲିଛି ଚିକିତ୍ସା …

କଟକ:ଏକ ଦୁଃଖଦ ଓ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୫ ବର୍ଷର ଶିଶୁକୁ ମିଠାରେ ପଡୋଶୀ ବିଷ ଦେଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବାହାବଳପୁର ଗାଁରେ । ଗତ ମାସ ୨୨ ତାରିଖ ଦିନ ୫ ବର୍ଷର ନିଷ୍ପାପ ଶିଶୁ ଦିବ୍ୟରଞ୍ଜନଙ୍କୁ ତାଙ୍କ ପଡ଼ୋଶୀ ମିଠାରେ ବିଷ ଦେଇଥିବା ନେଇ ଦିବ୍ୟରଞ୍ଜନଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

ଏବେ ଦିବ୍ୟରଞ୍ଜନଙ୍କର କଟକ ଶିଶୁଭବନରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି ।

ଏତଲା ଅଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି ସାଲେପୁର ପୋଲିସ ।

Leave A Reply

Your email address will not be published.