ଗଞ୍ଜାମ: ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗାଁରେ ବ୍ୟାପୁଛି ଜଣ୍ଡିସ। ମାତ୍ର ୪ଦିନରେ ୬ ଜଣ ଶିଶୁ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ପ୍ରଥମେ ଜ୍ୱର ହୋଇଥିଲା ଏହାପରେ ଆଖି ହଳଦିଆ ପଡି ଯାଇଥିଲା। ରକ୍ତ ନମୁନା ପରୀକ୍ଷା ହେବା ପରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ବର୍ତ୍ତମାନ ଚାରି ଜଣ ଶିଶୁ ସାମାନ୍ୟ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି । ହେଲେ ଜଣ୍ଡିସ କିଭଳି ବ୍ୟାପିଲା ତାହାର କାରଣ ଜଣାପଡିନାହିଁ।
ଗାଁରେ ଏକ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି । ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ପାଣିରୁ ଜଣ୍ଡିସ ବ୍ୟାପିଛି କି ନାହିଁ ଜଣା ପଡିବ ।