Latest Odisha News

BREAKING NEWS

ବିଦେଶରେ ଅଦିନିଆ ରଥଯାତ୍ରା: ଇସ୍କନକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ବିଦେଶରେ ଥିବା ଇସ୍କନ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସରକାର କେବଳ ସେମାନଙ୍କୁ ପରମ୍ପରା ରକ୍ଷା କରିବା ପାଇଁ ଅନୁରୋଧ ହିଁ କରିପାରିବେ।

 

ଆଇନ ମନ୍ତ୍ରୀ କହିଛନ୍ତି ଯେ ଭାରତରେ ଥିବା ଇସ୍କନର ଗଭର୍ଣ୍ଣିଂ ବଡିର ମଧ୍ୟ ବିଦେଶରେ ଥିବା ସଂସ୍ଥା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଭାରତ ବର୍ଷରେ ଏବେ କେଉଁଠି ବି ଅଦିନିଆ ରଥଯାତ୍ରା କରାଯାଉନାହିଁ। ମାତ୍ର ବିଦେଶରେ ଚାଲିଥିବା ଏହି ବ୍ୟବସ୍ଥାକୁ ନେଇ ସରକାର ଗଭୀର କ୍ଷୋଭ ପ୍ରକାଶ କରୁଛନ୍ତି।

 

ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର, କେନ୍ଦ୍ର ସରକାର କିମ୍ବା ଭାରତର ଇସ୍କନ ଗଭର୍ଣ୍ଣିଂ କାଉନସିଲ, କାହା ପାଖରେ ବି ସେମାନଙ୍କୁ ଅଟକାଇବା ପାଇଁ କୌଣସି କ୍ଷମତା ବା ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ। ଯଦି ସେମାନେ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଛନ୍ତି, ତେବେ ପୁରୀର ପାରମ୍ପରିକ ରୀତିନୀତି ଅନୁସାରେ ହିଁ ସେମାନେ ପୂଜା କରିବା ଉଚିତ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଗଜପତି ମହାରାଜଙ୍କ ତରଫରୁ ମଧ୍ୟ ବିଦେଶୀ ସଂସ୍ଥାଗୁଡ଼ିକୁ ଏଥିପାଇଁ ବାରମ୍ବାର ଅନୁରୋଧ କରାଯାଉଛି।

Leave A Reply

Your email address will not be published.