ନୂଆଦିଲ୍ଲୀ:ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ (PV Sindhu)ଶୁକ୍ରବାର ଦିନ ଏକ ଦମଦାର ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆନ୍ ଓପନ୍ (Australian Open)ସେମିଫାଇନାଲ୍ ରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ୍ରେ ସିନ୍ଧୁ ସହଜରେ ଚାଇନିଜ୍ ତାଇପେର ଚେନ୍ ସୁ-ୟୁଙ୍କୁ (Chinese Taipei’s Chen Su Yu)ପରାସ୍ତ କରିଛନ୍ତି।
ଭାରତୀୟ ସଟଲର୍ ୨୧-୬, ୨୧-୯ରେ ମ୍ୟାଚ୍ ଜିତି ବର୍ଷର ପ୍ରଥମ ଟାଇଟଲ ପାଇଁ ତାଙ୍କର ଆଶା ଉଜ୍ଜୀବିତ ରଖିଛନ୍ତି। ସେମିଫାଇନାଲ୍ରେ ସିନ୍ଧୁ ଆକାନେ ୟାମାଗୁଚିଙ୍କୁ ଭେଟିବେ।
🏸 INTO THE SEMIS
Focused. Fearless. Fired up. 🔥
P. V. Sindhu powers into the semifinals of the Australian Badminton Open 2026. 🇮🇳✨ pic.twitter.com/U2FIZymiGF
— BAI Media (@BAI_Media) June 12, 2026
ସିଜନର ଆଠଟି BWF (ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ) ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ଦ୍ୱିତୀୟଥର ପାଇଁ ସେମିଫାଇନାଲରେ ପହଞ୍ଚିଛନ୍ତି । ପୂର୍ବରୁ ସେ ୨୦୨୬ ମାଲେସିଆ ଓପନ୍ ରେ ଅନ୍ତିମ ଚାରିରେ ପହଞ୍ଚିଥିଲେ।
END of 17 yr old Tanvi Sharma’s excellent campaign at Australian Open (Super 500).
Loses in QF to 3-time World Champion Akane Yamaguchi 14-21, 14-21. #AustralianOpen2026 pic.twitter.com/MMz6gfk2Cm
— India_AllSports (@India_AllSports) June 12, 2026
ଅନ୍ୟପଟେ ଆଉ ଜଣେ ଉଦୀୟମାନ ଭାରତୀୟ ସଟଲର୍ ତନଭି ଶର୍ମାଙ୍କ ଯାତ୍ରା କ୍ୱାର୍ଟର ଫାଇନାଲରେ ଶେଷ ହୋଇଛି । ତନଭି ଅନ୍ତିମ ଆଠ ମ୍ୟାଚ୍ରେ ଶୀର୍ଷ ମାନ୍ୟତା ଆକାନେ ୟାମାଗୁଚିଙ୍କଠାରୁ ୧୪-୨୧, ୧୪-୨୧ରେ ପରାଜୟ ହୋଇଥିଲେ ।