Latest Odisha News

BREAKING NEWS

ଫିଫା ବିଶ୍ୱକପ: ଚୋରୀ ହୋଇଗଲା ଇଂଲଣ୍ଡ ଟିମର ସାମଗ୍ରୀ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି । ଶୁକ୍ରବାର ଇଂଲଣ୍ଡ ଟିମର କେତେକ ସାମଗ୍ରୀ ଚୋରୀ ହୋଇଯାଇଛି । ଫ୍ଲୋରିଡା ପ୍ରି-ଟୁର୍ଣ୍ଣାମେଂଟ କ୍ୟାମ୍ପରୁ ସେମାନଙ୍କୁ କ୍ୟାସଂସ ସିଟି ଅଣାଯାଇଥିଲା । ବ୍ରିଟିଶ ମିଡିଆ ରିପୋର୍ଟ ଅନୁସାରେ ଖେଳାଳିଙ୍କ କେତେକ ବଲ ଓ ବୁଟ ଚୋରୀ ହୋଇଯାଇଛି । ସ୍ଥାନୀୟ ପୋଲିସ ସମ୍ପୃକ୍ତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ତଦନ୍ତ ଜାରୀ ରହିଛି । ଇଂଲଣ୍ଡ ଟିିମ ଏଥର ଗ୍ରୁପ ଏଲରେ ସ୍ଥାନ ପାଇଛି ।

ଜୁନ ୧୮ରେ କୋଏସିଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହି ଗ୍ରୁପରେ ଇଂଲଣ୍ଡ ସହ କ୍ରୋଏସିଆ, ଘାନା ଓ ପାନାମା ଟିମ ରହିଛନ୍ତି । ଥମାସ ଟଚଲ ସମ୍ପୂର୍ଣ୍ଣ ଭାବେ ଏକ ଯୁବ ଟିମକୁ ଏହି ମେଗା ଇଭେଂଟ ପାଇଁ ପ୍ରସ୍ତୁତ କରିଛନ୍ତି । ଦଳରେ ୯ଜଣ ଖେଳାଳି ସେମାନଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବେ । ଇଂଲଣ୍ଡ ଟିମ ଏଥର ଭଲ ପ୍ରଦର୍ଶନ କରିବ ବୋଲି କୋଚ କହିଛନ୍ତି । ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡର ସାମଗ୍ରୀ ଚୋରୀ ହୋଇଛି । ୧୯୬୬ ମାର୍ଚ୍ଚ ୨୦ରେ ବିଶ୍ୱକପ ଅବସରରେ ଇଂଲଣ୍ଡ ଟିମର ସାମଗ୍ରୀ ଚୋରୀ ହୋଇଥିଲା ।

Leave A Reply

Your email address will not be published.