Latest Odisha News

BREAKING NEWS

ରାଜଧାନୀକୁ ସ୍ୱଚ୍ଛ ରଖିବାକୁ ଅଭିନବ ପ୍ରୟାସ, ବିଏମ୍‌ସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ହିନ୍ଦୁସ୍ଥାନ କୋକା-କୋଲା ବିଏମ୍‌ସି ସହିତ ମିଳିତ ଭାବରେ ସହରରୁ ପିଇଟି ବୋତଲ ସଂଗ୍ରହ କରିବ । ଏନେଇ ବିଏମସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଜାଗମରା ସ୍ଥିତ ଫୁଡ୍ କୋର୍ଟ ପରିସରରେ ଏନେଇ ଏକ ସ୍ୱତନ୍ତ୍ର ଯାନର ଶୁଭାରମ୍ଭ କରାଯାଇଛି । ଏହି ଯାନ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରୁ ବ୍ୟବହୃତ ବୋତଲ ସଂଗ୍ରହ କରିବ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ସହ ଆଖପାଖ ଅଞ୍ଚଳରୁ ମଧ୍ୟ ପିଇଟି ବୋତଲ ସଂଗ୍ରହ କରାଯିବ ବୋଲି କହିଛନ୍ତି ମେୟର ।

ଚୁକ୍ତି ଅନୁଯାୟୀ ବିଏମସି ଏହି ଉଦ୍ଦେଶ୍ୟରେ ଏକ ଇଭି ଏଲସିଭି ପ୍ରଦାନ କରିବ ଏବଂ କୋକା-କୋଲା ଦ୍ୱାରା ସଂଗ୍ରହ ଓ ପୁନଃଚକ୍ରଣ କାର୍ଯ୍ୟ ତଦାରଖ କରାଯିବ ବୋଲି କୁହାଯାଇଛି ।

ପିଇଟି ବୋତଲ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ଏହାକୁ ସଂଗ୍ରହ କରିବାକୁ ବିଭିନ୍ନ ଖାଓ ଗଳି, ଖାଦ୍ୟ ଓ ପାନୀୟ ଦୋକାନ, ଭେଣ୍ଡିଂ ଜୋନ୍, ମଲ୍ ଆଦିରେ ସ୍ୱତନ୍ତ୍ର ବ୍ୟାଗ ରଖାଯିବ । ସେହି ବ୍ୟାଗରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ରଖିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଳ ରାଣା ।

Leave A Reply

Your email address will not be published.