ଭୁବନେଶ୍ୱର: ସୋସିଆଲ ମିଡିଆରେ ଚାଲିଛି ସେକ୍ସ ରାକେଟ୍। ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ କରୁଛନ୍ତି ଟାର୍ଗେଟ। ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଓ ସର୍ଭିସ ଚାର୍ଜ ନାଁରେ ଆଦାୟ କରୁଥିଲେ ଟଙ୍କା। ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ହାଇଟେକ୍ ଏସ୍କର୍ଟ ରାକେଟର ପର୍ଦ୍ଦାଫାସ କରିଛି ତମାଣ୍ଡୋ ଥାନା ପୋଲିସ । ଏସ୍କର୍ଟ ସଭିର୍ସ୍ ୱେବ୍ସାଇଟ୍ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଗ୍ରାହକମାନଙ୍କୁ ପ୍ରଲୋଭିତ କରି ଡାକୁଥିଲେ ଓ ଲୁଟୁଥିଲେ । ଯେଉଁ ସୁନ୍ଦରୀ ଯୁବତୀଙ୍କ ଫଟୋକୁ ଡିପିରେ ବ୍ୟବହାର କରୁଥିଲେ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଥାନା ଏତଲା ଦେଲା ପରେ ତମାଣ୍ଡୋ ଥାନା ପୋଲିସ୍ ଏହି ଗ୍ୟାଙ୍ଗର ଫର୍ଦ୍ଦାଫାସ୍ କରିଛି। ଜଣେ ଦେହଜୀବୀ ସହ ପୋଲିସ୍ ୩ ଜଣ ଦଲାଲ୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧାର ଉମାକାନ୍ତ ଦଳେଇ ଓରଫ ବାବୁନି ଓରଫ, ଓରଫ ସମ୍ୱିତ ଓରଫ ପୁଅ, ଚିତ୍ତରଞ୍ଜନ ମହାନ୍ତି ଓରଫ ପେନୁ, ନୟାଗଡ଼ର ତୋଫାନ ପ୍ରଧାନ ଓ କଟକ ନିଆଳୀ କୁମାରୀ ମିଞ୍ଜି ଭୋଇ । ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ହେଉଛନ୍ତି ସମ୍ବିତ। ସେ ବିଭିନ୍ନ ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ସହ ଜଡ଼ିତ ଥିଲା। ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ୍ରୁ ଯୁବତୀଙ୍କ ଫଟୋ ଆଣି ଏସ୍କର୍ଟ ସର୍ଭିସ୍ ୱେବ୍ସାଇଟ୍ରେ ବ୍ୟବହାର କରୁଥିଲା। ଯେଉଁ ଯୁବତୀଙ୍କ ଫଟୋକୁ ସେ ବ୍ୟବହାର କରୁଥଲା ତା’ ତଳେ ନିଜର ଫୋନ୍ ନମ୍ବର ଦେଉଥିଲା। ଯୁବତୀଙ୍କ ସହ ସମୟ କାଟିଲେ ଘଣ୍ଟାକୁ କେତେ? ଦିନକୁ କେତେ? ୧୫ ଦିନକୁ କେତେ ଟଙ୍କା ଦେବାକୁ ପଡ଼ିବ ତାକୁ ଉଲ୍ଲେଖ କରୁଥିଲା ସମ୍ବିତ। ଚିତ୍ତରଞ୍ଜନ ଓ ତୋଫାନ ତାକୁ ସହଯୋଗ କରୁଥିଲେ। ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ଯେଉଁ ଗ୍ରାହକ ଆସୁଥିଲେ ସେମାନଙ୍କୁ ଏହି ୩ ଦଲାଲ୍ ବିଭିନ୍ନ ବାହାନା ଦେଖାଉଥିଲେ।
ସେ ଝିଅର ଦେହ ଖରାପ ଓ ଦୁର୍ଘଟଣା କଥା କହି ଗ୍ରାହକମାନଙ୍କୁ ବୁଝାଇ ଦେଉଥିଲେ। ଅଗ୍ରୀମ ଦେଇଥିବା ଗ୍ରାହକକୁ କୁମାରୀ ମିଞ୍ଜି ଓ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ କହୁଥିଲେ। ଯଦି କେହି ବିରୋଧ କରୁଥିଲା ତାକୁ ମାଡ଼ ମାରି ଲୁଟ୍ ପାଟ୍ କରୁଥିଲେ। ଲୋକ ଲଜ୍ଜା ଭୟରେ କେହି ଏତଲା ଦେଉ ନଥିଲେ। ଡିଜିଟାଲ ତଦନ୍ତ ବେଳେ ପୋଲିସ ସ୍କ୍ରିନସଟ, ଚାଟ୍ ରେକର୍ଡ, ମୋବାଇଲ ନମ୍ବର ଓ ୟୁପିଆଇ କାରବାର ଯାଞ୍ଚ କରି ଗ୍ୟାଙ୍ଗରେ ସମ୍ପୃକ୍ତ ଉମାକାନ୍ତ ଦଳେଇ, ଚିତ୍ତରଞ୍ଜନ ମହାନ୍ତି, ତୋଫାନ ପ୍ରଧାନ ଓ କୁମାରୀ ମିଞ୍ଜିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ, ଗୋଟିଏ କାର, ସିମ୍ କାର୍ଡ, ବ୍ୟାଙ୍କ ଖାତା ତଥ୍ୟ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ରେକର୍ଡ ଜବତ କରାଯାଇଛି । ବର୍ତ୍ତମାନ ଏହି ରାକେଟର ଅଧିକ ଲିଙ୍କ ଖୋଜୁଛି ପୋଲିସ।
