Latest Odisha News

BREAKING NEWS

ସମସ୍ତ କଟକଣାକୁ ଫୁ; ପୁଣି ଶ୍ରୀମନ୍ଦିର ନିକଟରେ ଉଡିଲା ଡ୍ରୋନ୍…

ପୁରୀ: ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆକ୍ରମଣ ଆଶଙ୍କା ରହିଥିବାରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଙ୍ଗ ଜୋନ୍ ଓ ନୋ ଡ୍ରୋନ୍ ଫାଇଙ୍ଗ ଜୋନ୍ କରାଯାଇଛି । ମାତ୍ର କିଛି ଦୁର୍ବୃତ୍ତ ଲୁଚି ଛପି ଶ୍ରୀମନ୍ଦିର ବିଭିନ୍ନ ପାର୍ଶ୍ୱରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଭିତର, ନୀଳଚକ୍ର ପ୍ରଭୃତିର ଭିଡିଓ ଉତ୍ତୋଳନ କରୁଛନ୍ତି । ଏହି ପ୍ରରିପେକ୍ଷିରେ ପୁଣି ଆଜି ଏକ ଡ୍ରୋନ ଧରାପଡିଛି ।

ପୁରୀ ଏମାର ମଠ ନିକଟରେ କିଛି ଦୁର୍ବୃତ୍ତ ଲୁଚି ରହି ଡ୍ରୋନ୍ ଉଡ଼ାଉଥିଲେ । ଶ୍ରୀମନ୍ଦିର ସେବାୟତଙ୍କର ନଜର ଏହା ଉପରେ ପଡିଥିଲା । ସେ ଏନେଇ ତୁରନ୍ତ ପୋଲିସକୁ ଖବର ଦେବେ ବୋଲି କହିବାରୁ ଡ୍ରୋନ ଉଡାଉଥିବା ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ତୁରନ୍ତ ଡ୍ରୋନ୍ ସହ ଫେରାର ହୋଇଯାଇଥିଲେ ।

ଅପରାହ୍ଣ ପ୍ରାୟ ୫ଟା ପରେ ନୀଳଚକ୍ର ପତିତପାବନ ବାନା ଓଲାଗି ଓ ନୂଆ ମାନସିକ ବାନା ଲାଗିବା ନୀତି ହୋଇଥାଏ । ଏହି ଦୁର୍ବୃତ୍ତମାନେ ଏହାର ଭିଡିଓ କଏଦ କରିବା ନିମନ୍ତେ ଲୁଚିଛପି ଡ୍ରୋନ କ୍ୟାମେରାରେ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି । ତେବେ ଏହି ୩ ଜଣ ବଙ୍ଗାଳୀ ଭାଷାରେ କଥା ହେଉଥିବା ଶୁଣିବାକୁ ପାଇଥିଲେ ସେବାୟତ ଜଣକ ।

Leave A Reply

Your email address will not be published.