Latest Odisha News

BREAKING NEWS

ମହାରାଷ୍ଟ୍ରରେ ‘ଅପରେସନ୍ ଟାଇଗର’ର ଭୟ; ଉଦ୍ଧବଙ୍କ ବୈଠକରେ ପହଁଞ୍ଚିଲେନି ବହୁ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। “ଅପରେସନ୍ ଟାଇଗର” କୁ ନେଇ ଆଲୋଚନା ମଧ୍ୟରେ, ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ରବିବାର ସମସ୍ତ ଦଳୀୟ ସାଂସଦଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏହି ବୈଠକ ମୁମ୍ବାଇର ଠାକରେ ପରିବାରର ବାସଭବନ ମାତେଶ୍ରୀରେ ଅନୁଷ୍ଠିତ ହେଉଛି।

ରିପୋର୍ଟ ଅନୁଯାୟୀ, ୟବତମାଲ-ୱାସିମର ସଞ୍ଜୟ ଦେଶମୁଖ ଏବଂ ହିଙ୍ଗୋଲିର ନାଗେଶ ପାଟିଲ ଆଷ୍ଟିକର ଅନଲାଇନରେ ବୈଠକରେ ଯୋଗ ଦେଇଛନ୍ତି। ସାଂସଦ ଓମରାଜେ ନିମ୍ବାଲକର ଯୋଗ ଦେଇପାରି ନଥିଲେ। ନିମ୍ବାଲକରଙ୍କ ପୁଅ ଅସୁସ୍ଥ ଥିବା ଜଣାପଡିଛି ଏବଂ ତାଙ୍କୁ ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯାହା ତାଙ୍କୁ ଯୋଗ ଦେବାରୁ ବାଧା ଦେଇଛି। ମିଳିଥିବା ସୂଚନା ଅନୁସାରେ, ଉଦ୍ଧବ ଠାକରେ ଦିଲ୍ଲୀରେ ଥିବା ନିଜର ସବୁ ସାଂସଦଙ୍କୁ ତୁରନ୍ତ ମୁମ୍ବାଇ ପହଁଞ୍ଚିବାକୁ ନିର୍ଦେଶ ଦେଇଥିଲେ। ଏହି ବୈଠକ ମଧ୍ୟାହ୍ନ ସାଢେ ୧୨ଟା ବେଳେ ‘ମାତେଶ୍ରୀ’ରେ ଆୟୋଜିତ ହୋଇଥିଲା। ଆଗାମୀ ରାଜନୈତିକ ପରିସ୍ଥିତି ଓ ସଂସଦଙ୍କ ଆଗାମୀ ଅଧିବେଶନକୁ ନେଇ ରଣନୀତି ତିଆରି କରିବା ପାଇଁ ଏହି ବୈଠକ ଡକାଯାଇଥିଲା।

ସୁତ୍ରର ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ଯାଦବ ଓ ନାଗେଶ ବାପୁରାଓ ପାଟିଲ ଅଷ୍ଟିକରଙ୍କ ସହିତ ଏହି ତିନି ଜଣ ନିଜ ପାର୍ଟିକୁ କହିଛନ୍ତି କିଛି ଜରୁରୀ କାମ କାରଣରୁ ସେ ଉଦ୍ଧବ ଠାକରେଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ସାମିଲ ହୋଇପାରିବେନି ଉଲ୍ଲେଖନୀୟ ଯେ, ଲୋକସଭାରେ ଉଦ୍ଧବଙ୍କ ଶିବସେନାର ୯ ଓ ରାଜ୍ୟସଭାର ଏକମାତ୍ର ସାଂସଦ ସଞ୍ଜୟ ରାଉତ ଅଛନ୍ତି। ସେମାନଙ୍କ ଭିତରୁ କେତେ ଲୋକ ବୈଠକରେ ସାମିଲ ହେବେ, ଏହା ଏକ ବଡ଼ ପ୍ରଶ୍ନ।

ମହାରାଷ୍ଟ୍ରର ରାଜନୀତି ଦୁନିଆରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ‘ଅପରେସନ୍ ଟାଇଗର’କୁ ନେଇ ଖୁବ୍ ଜୋରଦାର ଚର୍ଚ୍ଚା ଚାଲିଛି। ରାଜନୈତିକ ବିଶ୍ଲେଷକଙ୍କ ମତରେ ଏହି ଅପରେସନ୍ ଭୟରେ ଉଦ୍ଧବ ଠାକରେ ତୁରନ୍ତ ବୈଠକ ଡକାଇଛନ୍ତି। ଲୋକସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ଶିବସେନା ୟୁବିଟିର ମୋଟ ୯ ସାଂସଦ ଜିତି ଯାଇଥିଲେ। ଗତ କିଛି ଦିନରେ ଶାସକ ଓ ଶିବସେନା(ସିନ୍ଦେ ଗୋଷ୍ଠୀ)ର ନେତାଙ୍କ ଦ୍ବାରା ଲଗାତାର ଏହି ଦାବି କରାଯାଉଛି ଯେ, ଉଦ୍ଧବ ଗୋଷ୍ଠୀର ୯ ରୁ ୭ ସାଂସଦ ଉପ-ମୁଖମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଯୋଗାଯୋଗରେ ଅଛନ୍ତି। ଏହି ସାଂସଦ ଦଳ ବଦଳାଇ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାର ଚର୍ଚ୍ଚା ହେଉଛି। ଏହି କାରଣରୁ ଉଦ୍ଧବ ଠାକରେ ନିଜ ଗୋଷ୍ଠୀକୁ ଏକଜୁଟ୍ ରଖିବାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.