Latest Odisha News

BREAKING NEWS

ମହାକାଳପଡ଼ା ସରପଞ୍ଚ ଚାମେଲି ଓଝା ବିବାଦ ପ୍ରସଙ୍ଗ, ଜଣେ ଗିରଫ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ୍‌ ତିଖିରି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ । ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ଗିରଫ କରାଯାଇଥିବା ସୂଚନା ରହିଛି ।

ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଲି ଓଝା ମହାକାଳପଡ଼ା ବିଡିଓଙ୍କୁ ଭେଟିବା ପାଇଁ ଯାଇଥିଲେ l ବିଡିଓଙ୍କ ସହିତ ଆଲୋଚନା ଚାଲିଥିଲା ବେଳେ ଚାମେଲିଙ୍କ ଭାଇ ଏହାର ଭିଡ଼ିଓ କରିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ l ବିଡିଓଙ୍କ ଚାମ୍ବର ଥିବା କିଛି ରାଜନୈତିକ ବ୍ୟକ୍ତି ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି l ମହାକାଳପଡ଼ା ପୋଲିସ ମଧ୍ୟ ତାଙ୍କୁ ମାଡ ମାରିଥିବା ଚାମେଲି ଅଭିଯୋଗ କରିଥିଲେ l

ସେପଟେ, ମହାକାଳପଡ଼ା ବିଡିଓ ଓ ପୋଲିସର ଅଭିଯୋଗ ଆଧାରରେ ଚାମେଲି ଓଝା ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ପୋଲିସ l ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଚାମେଲି ଓଝା l ବର୍ତ୍ତମାନ ଚାମେଲି ଓଝା ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଡାକ୍ତରଖାନାରେ ପହଞ୍ଚି ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଚାମେଲି ଜଣେ ଜନପ୍ରତିନିଧି । ତାଙ୍କୁ ଯେଉଁ ଅଧିକାରୀ ଏବଂ ପୁଲିସମାନେ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୋଫିଆ କହିଛନ୍ତି ।

Leave A Reply

Your email address will not be published.