Latest Odisha News

BREAKING NEWS

E85 fuel: ଇଥାନଲ୍ ତେଲ ନା ଆଖୁ ରସ; ତୈଳ ଟ୍ୟାଙ୍କରେ ପିମ୍ପୁଡ଼ି ଭର୍ତ୍ତି…

ନୂଆଦିଲ୍ଲୀ: ପେଟ୍ରୋଲ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିଥିବା ବୋଝକୁ କମ କରିବା ପାଇଁ ସରକାର E85ର ପ୍ରଚଳନ କରିଥିଲେ।

ଏହାକୁ ଶସ୍ତା, ଅଧିକ ସ୍ୱଦେଶୀ ଏବଂ ପରିବେଶ ପାଇଁ ଭଲ ବୋଲି ଭାବି ଲୋକମାନେ ଏହା ଆଡ଼କୁ ମୁହାଁଇବା ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆଶ୍ଚର୍ଯ୍ୟ କରିଛି।

ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି E85 ଇଥାନଲ୍ ଭର୍ତ୍ତି କରିବା ପାଇଁ ଏକ ପେଟ୍ରୋଲ ପମ୍ପରେ ପହଞ୍ଚିଛନ୍ତି। ଯେତେବେଳେ ସେ ତାଙ୍କ କାରର ଟାଙ୍କି କଭର ଖୋଲିଲେ, ସେ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଟାଙ୍କି ଚାରିପାଖରେ ମେଞ୍ଚେ ପିମ୍ପୁଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ।ପିମ୍ପୁଡ଼ି ମାନେ କାରକୁ ନିଜ ଘର କରିବା ପରି ଲାଗୁଥିଲା। ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହାକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି।

E85 ହେଉଛି ଏକ ମିଶ୍ରିତ ଇନ୍ଧନ। ଯାହା ୮୫% ଇଥାନଲ୍ ଏବଂ ୧୫% ପେଟ୍ରୋଲ ନେଇ ଗଠିତ। ଇଥାନଲ୍ ମୁଖ୍ୟତଃ ଆଖୁ, ମକା ଏବଂ ଅନ୍ୟାନ୍ୟ କୃଷି ଉତ୍ପାଦରୁ ତିଆରି ହୁଏ। ଯାହା ଫଳରେ ଏହାର ସ୍ୱାଦ ସାମାନ୍ୟ ମିଠା ଥାଏ। ଏହା ପେଟ୍ରୋଲ୍ ଅପେକ୍ଷା ଶସ୍ତା ଏବଂ ପ୍ରଦୂଷଣ ମଧ୍ୟ ହ୍ରାସ କରେ। ତେଣୁ, ଭାରତରେ ସରକାର ଇଥାନଲ୍ ମିଶ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୀତି ଗ୍ରହଣ କରିଛନ୍ତି। ତଥାପି, E85 ପ୍ରତ୍ୟେକ ଯାନ ପାଇଁ ଉପଯୁକ୍ତ ନୁହେଁ; ଏଥିପାଇଁ ଏହି ଇନ୍ଧନ ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ଫ୍ଲେକ୍ସ ଫୁଏଲ୍ ଯାନ ଆବଶ୍ୟକ। ଟୟୋଟା, ସୁଜୁକି ଏବଂ ଅନ୍ୟ କିଛି କମ୍ପାନୀ ଭାରତରେ ମାରୁତି ସୁଜୁକି ୱାଗନ ଆର ଫ୍ଲେକ୍ସ ଫୁଏଲ ଏବଂ ଟୟୋଟା କୋରୋଲା ଆଲଟିସ୍ ଫ୍ଲେକ୍ସ ଫୁଏଲ ଭଳି ଯାନ ଲଞ୍ଚ କରିଛନ୍ତି।

 

Leave A Reply

Your email address will not be published.