Latest Odisha News

BREAKING NEWS

ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ୩ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ତେବେ ଏହି ଘଟଣାରେ ମୈତ୍ରୀବିହାର ଥାନାରେ ଆତ୍ମସମର୍ପଣ କରିଛନ୍ତି କାର ଚାଳକ। ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସେ ହଠାତ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଅପରପକ୍ଷରେ ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍, ଅଟୋ ଏବଂ ଦୁଇ ଚକିଆ ଗାଡ଼ିକୁ ଜବତ କରିବା ସହ ସିସିଟିଭି ଯାଞ୍ଚ୍ କରୁଛି।

ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୮ଟା ପାଖାପାଖି ପ୍ରେସ ଛକ ପଟୁ ଏକ କାର୍‌ ରେଲୱେ ଷ୍ଟାଡିୟମ ଆଡକୁ ଦ୍ରୁତ ଗତିରେ ଯାଉଥିଲା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥୁଆ ହୋଇଥିବା ୪ଟି ବାଇକ୍‌ ଓ ଅଟୋକୁ ଧକ୍କା ଦେଇ ନିକଟସ୍ଥ ଚା’ ଦୋକାନ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା।

 

 

Leave A Reply

Your email address will not be published.