Latest Odisha News

BREAKING NEWS

ନ୍ୟାୟ ପାଇଁ DGP ଓ IGଙ୍କୁ ଚିଠି ଲେଖିଲେ ଚାମେଲି, ‘ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବି’

କେନ୍ଦ୍ରାପଡା: ନ୍ୟାୟ ପାଇଁ DGP ଓ କେନ୍ଦ୍ରାଞ୍ଚଳ IGଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝା । ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଅଭିଯୋଗରେ ସେ ଚିଠି ଲେଖିଛନ୍ତି । ଅଭିଯୁକ୍ତଙ୍କ ଗିରଫ ଏବଂ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବି କରିଛନ୍ତି ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ।

ଅଭିଯୋଗ ମୁତାବକ, ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଚାମେଲିଙ୍କୁ ଅସଦାଚରଣ କରାଯିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା ।

ବିଡିଓ, ମହିଳା ପୋଲିସ ଓ ଆଇଆଇସିଙ୍କ ନାଁରେ ଅଭିଯୋଗ ଦେଇଛି, ମାମଲା ହୋଇନି । ୭ ଜଣଙ୍କ ନାଁରେ ଅଭିଯୋଗ ଥିଲେ ମଧ୍ୟ ପୋଲିସ ସମସ୍ତଙ୍କୁ ଛାଡିଦେଇଛି । ୭ ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ SP ଅଫିସ ଆଗରେ ଧାରଣା ଦେବି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ହସ୍ପିଟାଲରୁ ବାହାରିବା ପରେ ଜିଲ୍ଲା ପ୍ରଶାସନକୁ ଭେଟି ଆଲୋଚନା କରିଥିଲେ ସରପଞ୍ଚ ଚାମେଲି ଓଝା l ଜୁନ୍ ୧୧ ରେ ଅସୁସ୍ଥତା ଯୋଗୁଁ ହସ୍ପିଟାଲ ରେ ଭର୍ତି ହୋଇଥିଲେ ଚାମେଲି l

Leave A Reply

Your email address will not be published.