Latest Odisha News

BREAKING NEWS

Cobra Rescued from House: ଘରୁ ନାଗନାଗୁଣୀ ସହ ୨୭ ଛୁଆ ଉଦ୍ଧାର

ଭଦ୍ରକ: ହରିପୁର ପଞ୍ଚାୟତ ଭଟପୁର ଗାଁର ସନାତନ ବେହେରାଙ୍କ ଘରୁ ୨୭ଟି ସାପ ଛୁଆ ଉଦ୍ଧାର ହୋଇଛି । ୨୭ଟି ସାପ ଛୁଆ ସହ ଘରୁ ବାହାରିଲେ ନାଗ, ନାଗୁଣୀ । ସୂଚନାଥାଉକି, ସନ୍ଧ୍ୟା ସମୟରେ ସାପ ଗର୍ଜନ ଶୁଣିବାକୁ ପାଇଥିଲେ ଘର ଲୋକେ। ଏହା ପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।

ସାପ ଧରାଳୀ ମିର୍ଜା ଆରିଫ୍ ପହଞ୍ଚି ୨ଟି ନାଗୁଣୀ ଓ ଗୋଟିଏ ନାଗସାପ ସହ ୨୭ଟି ଛୁଆ ଉଦ୍ଧାର କରିଛନ୍ତି। ସାପଟି ଘରର ଏକ କୋଣରେ ମାଟି କାନ୍ଥ ଫାଟରେ ଅଣ୍ଡା ଦେଇ ଛୁଆ ଫୁଟାଇ ଥିଲା।

ସୂଚନାଥାଉକି, ଭଦ୍ରକ ଜିଲ୍ଲାରେ ଆଗରୁ ମଧ୍ୟ ଗୋଟିଏ ଘରୁ ଅନେକ ସାପ ବାହାରିବାର ଖବର ରହିଛି । ନଦୀକୂଳିଆ ଅଞ୍ଚଳ ହୋଇଥିବାରୁ ବାରମ୍ବାର ଏଭଳି ସାପ ବାହାରୁଥିବା ଜଣାପଡିଛି।

 

Leave A Reply

Your email address will not be published.