Latest Odisha News

BREAKING NEWS

ନିଟ୍‌ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯିବାକୁ ରାଜଧାନୀର ଏହି ସ୍ଥାନରୁ ପାଇପାରିବେ ଦେୟମୁକ୍ତ ବସ୍‌ ସେବା

ଭୁବନେଶ୍ୱର: ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ ନିଟ୍‌ ପରୀକ୍ଷା । ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ସେବା ପ୍ରଦାନ କରାଯିବ । ଭୁବନେଶ୍ୱର ରେଳ ଷ୍ଟେସନ୍‌ (ମାଷ୍ଟରକ୍ୟାଣ୍ଟିନ୍‌), ବରମୁଣ୍ଡା ବସ୍‌ ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌, ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡରୁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷା କେନ୍ଦ୍ରକୁ ନେବା-ଆଣିବା ପାଇଁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଛି ।

ଉକ୍ତ ଦିନ ଏହି ରୁଟରେ ଯିବା ଆସିବା କରୁଥିବା ଅନ୍ୟ ସରକାରୀ ବସରେ ମଧ୍ୟ ଛାତ୍ରଛାତ୍ରୀ ମାନେ ସମାନ ସୁବିଧା ପାଇପାରିବେ । ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୬ଟି ପରୀକ୍ଷା କେନ୍ଦ୍ର ପାଇଁ ପରୀକ୍ଷାର୍ଥୀମାନଙ୍କୁ ନେବାଆଣିବା ନିମନ୍ତେ ୧୦୮ଟି ବସ୍‌ ଚଳାଚଳ କରିବ । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ସହ ସେମାନଙ୍କ ଜଣେ ଅଭିଭାବକ ମଧ୍ୟ ଏହି ନିଃଶୁଳ୍କ ଯାନ ସୁବିଧା ପାଇପାରିବେ ।

ଛାତ୍ରଛାତ୍ରୀମାନେ ସେମାନଙ୍କ ନିଟ୍‌ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡ ଦେଖାଇ ବସ୍‌ରେ ଯାତାୟତ କରିପାରିବେ । ଏହି ବସ୍‌ସେବା ଦ୍ୱାରା ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଦୂରସ୍ଥାନର ଛାତ୍ରଛାତ୍ରୀ ଉପକୃତ ହେବା ସହ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହଜ ହେବ। ପରୀକ୍ଷାର୍ଥୀମାନେ ଅଧିକ ଜାଣିବା ପାଇଁ ରବୀନ୍ଦ୍ର ନାଥ ଜେନା (୯୨୩୭୩୭୮୬୫୮) ଏବଂ ଶ୍ରୀ ଚିତ୍ତରଞ୍ଜନ ସାହୁ (୯୨୩୭୩୭୮୫୭୨)ରେ ଯୋଗାଯୋଗ କରିପାରିବେ ।

Comments are closed.