Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଓଡ଼ିଶାକୁ ୩୭ କୋଟି ସହାୟତା ପ୍ରଦାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଅଧୀନରେ ସମଗ୍ର ଦେଶରେ ଯୋଗ୍ୟ କର୍ମଚାରୀ ଓ ନିଯୁକ୍ତି ଦାତାମାନଙ୍କୁ ମିଳିଛି ବଡ଼ ଆଶ୍ୱାସନା । ପିଏମ୍-ଭିବିଆରଓ୍ୱାଇ ଯୋଜନାରେ ଦେଶର ଶ୍ରମିକ ଓ ନିଯୁକ୍ତିଦାତାଙ୍କୁ ୩ ହଜାର ୪୦୦ କୋଟିର ସହାୟତା ପ୍ରଦାନ କରାଯାଇଛି ।

ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନଲାଇନ ମାଧ୍ୟମରେ ସମ୍ବୋଧନ କରିବା ସହ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ (DBT) ଜରିଆରେ ଏହି ଟଙ୍କା ପ୍ରଦାନ କରିଛନ୍ତି ।

ଏହି ଅବସରରେ ଓଡ଼ିଶାରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ଅନଲାଇନ୍ ମାଧ୍ୟମରେ ପ୍ରାୟ ୩୭ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ଦୁଇଟି କିସ୍ତି ମାଧ୍ୟମରେ କର୍ମଚାରୀମାନଙ୍କୁ ମିଳିବ ।

ସେହିପରି, ଓଡ଼ିଶାରେ ୩୭ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ଦ୍ୱାରା ରାଜ୍ୟରେ ଶିଳ୍ପାୟନ କ୍ଷେତ୍ର ଆହୁରି ବ୍ୟାପକ ଓ ମଜବୁତ ହେବ ବୋଲି କହିଥିଲେ ଭୁବନେଶ୍ବର ସାଂସଦ ।

Leave A Reply

Your email address will not be published.