Latest Odisha News

BREAKING NEWS

Lightning strike:ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ,୮ ଗୁରୁତର ସହ ୧୭ ଛେଳି ମୃତ

ଦେବଗଡ଼:ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଅଘଟଣ ।ଅନ୍ତେଷ୍ଟି କ୍ରିୟା ଭୋଜି ଖାଇ ଫେରୁଥିବା ବେଳେ ଆଜି ଅପରାହ୍ନ ୩ଟା ସମୟରେ ସେହି ଅଞ୍ଚଳରେ ପ୍ରବଳ ଘଡଘଡି ହୋଇଥିଲା। ତେବେ ବଜ୍ରପାତ ମାରିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଶିଶୁ ସମେତ ମୋଟ ୮ ଜଣ ଗୁରୁତର ହୋଇଛନ୍ତି।

ତେବେ ନିକଟରେ ଥିବା ସ୍ଥାନୀୟ ବାସିନ୍ଦା ଦୌଡି ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ୮ଜଣ ଗୁରୁତରଙ୍କୁ ଛେଣ୍ଡିପଦା ମେଡିକାଲକୁ ନିଆଯାଇଛି। ୪ ଜଣ ଶିଶୁ ଛେଣ୍ଡିପଦାରେ ଚିକିତ୍ସା ହେଉଥିବା ବେଳେ ଅନ୍ୟ ଚାରି ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳ ପଠାଯାଇଛି।

ମୃତକ ହେଲେ ସାବିତ୍ରୀ ମୁଣ୍ଡା (୫୫) । ବାସନ୍ତି ବାଲମୁଚ (୨୭), ରାଇମୁନି ମୁଣ୍ଡା (୨୮), ସିମା ମୁଣ୍ଡା(୨୫), ମାନି ଗାଗରାଇ(୩୫) ଗୁରୁତର ହୋଇଛନ୍ତି ।

ଅନ୍ୟପଟେ ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଆଜି ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳିଙ୍କ ମୃତ୍ୟୁ ହୋଇଛି । ସୂଚନାମୁତାବକ, ଭାସ୍କର ମଲ୍ଲିକ ,ଗଙ୍ଗାଧର ପ୍ରଧାନ ,ରବୀନ୍ଦ୍ର ମାଝି ,ନିଳାମ୍ବର ପ୍ରଧାନ ,ସୁରେଶ ମଲ୍ଲିକଙ୍କ ସମେତ ଆଉ କିଛି ଚାଷୀ ମିଶି ଗ୍ରାମ ନିକଟରେ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ମାରିଥିଲା। ଫଳରେ ଘଟଣା ସ୍ଥଳରେ ସେମାନଙ୍କର ୧୭ ଟି ଛେଳି ପ୍ରାଣ ହରେଇଥିଲେ ।

ମୃତ ଛେଳିର ମାଲିକ ମାନେ ଗରୀବ ଶ୍ରେଣୀ ହୋଇଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି।

Leave A Reply

Your email address will not be published.