Latest Odisha News

BREAKING NEWS

India Squad for England ODI Series: ଭାରତୀୟ ODI ଦଳ ଘୋଷଣା, ଯଶସ୍ୱୀ ଜୟସ୍ୱାଲ ଆଉଟ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହ ଦଳକୁ ଫେରିଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ସତ୍ତ୍ୱେ ଯଶସ୍ୱୀ ଜୟସ୍ୱାଲଙ୍କୁ ବାଦ୍ ଦିଆଯାଇଛି। ଦଳର ଅଧିନାୟକ ଶୁଭମନ ଗିଲ ଏବଂ ଉପ-ଅଧିନାୟକ ଶ୍ରେୟସ ଆୟର ହୋଇଥିବା ବେଳେ ୱିକେଟକିପର-ବ୍ୟାଟସମ୍ୟାନ ଭାବେ ଇଶାନ କିଶାନ ଏବଂ କେଏଲ ରାହୁଲ ମଧ୍ୟ ରହିବେ।

ଗତ ୩ଟି ମ୍ୟାଚ୍‌ରେ ୨ଟି ଶତକ ହାସଲ କରିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିନାହିଁ। ଗତ ଶନିବାର ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆରେ ଜୈସୱାଲ ଅପରାଜିତ ୧୧୦ ରନର ଦମଦାର ପାଳି ଖେଳିଥିଲେ। ତଥାପି ତାଙ୍କୁ ଦଳରେ ସ୍ଥାନ ମିଳିନଥିବାରୁ ଆଶ୍ଚର୍ଯ୍ୟ ହୋଇଛନ୍ତି କ୍ରିକେଟ ପ୍ରେମୀ। ଏପଟେ ଚୟନକର୍ତ୍ତାମାନେ ଅଭିଜ୍ଞ ବ୍ୟାଟର ରୋହିତ ଶର୍ମାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି।

ତେବେ ଆସନ୍ତା ଜୁଲାଇ ୧୪ ରୁ ୧୯ ମଧ୍ୟରେ ଏଜବାଷ୍ଟନ, ସୋଫିଆ ଗାର୍ଡେନ୍ସ ଏବଂ ଲର୍ଡସଠାରେ ଭାରତ ୩ଟି ଦିନିକିଆ ମ୍ୟାଚ୍ ଖେଳିବ।

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଏକଦିବସୀୟ ଦଳ: ରୋହିତ ଶର୍ମା, ଶୁଭମାନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ, କେ.ଏଲ୍ ରାହୁଲ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ଗୁରୁନ ବ୍ର, ହର୍ଷିତ ରାଣା, ଏବଂ ପ୍ରସିଦ୍ଧ କ୍ରିଷ୍ଣା।

 

Leave A Reply

Your email address will not be published.