Latest Odisha News

BREAKING NEWS

ନୂଆ ବିଶ୍ୱରେକର୍ଡ କଲେ ଭାରତର ବୈଭବ ସୂର୍ଯ୍ୟବଂଶୀ

ଡାମ୍ବୁଲା: ତ୍ରିରାଷ୍ଟ୍ରୀୟ ସିରିଜ କ୍ରିକେଟ ଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । ଶ୍ରୀଲଙ୍କା ଏ ବିପକ୍ଷ ଫାଇନାଲରେ ବୈଭବ ୧୧ ବଲରେ ଅର୍ଦ୍ଧଶତକ ହାସଲ କରି ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ମ୍ୟାଚରେ ସେ ୨୯ ବଲରେ ୯୪ ରନ କରିଥିଲେ । ତାଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ବିନିମୟରେ ୩୭୭ ରନ ସଂଗ୍ରହ କରିଥିଲା । ଅନୁକୂଳ ରାୟ ୧୫ ବଲରେ ୩୯, ଅଧିନାୟକ ତିଳକ ବର୍ମା ୬୭, ପ୍ରିୟାଂଶ ଆର୍ଯ୍ୟ ୩୯ ଓ କୁମାର କୂଶାଗ୍ର ୩୬ ରନ କରିଥିଲେ ।

ବୈଭବ ଶ୍ରୀଲଙ୍କାର କୌଶଲ୍ୟା ବୀରରତ୍ନେଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୨୦୦୬ରେ ସେ ରାଗାମା କ୍ରିକେଟ କ୍ଲବ ପକ୍ଷରୁ ଖେଳି ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କ ନାମରେ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ରହିଛି । ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୫ ବଲରେ ୫୦ ରନ କରିଥିଲେ ।

Leave A Reply

Your email address will not be published.