Latest Odisha News

BREAKING NEWS

ଦାମୀ କାରରେ ଗଞ୍ଜେଇ ବେପାର: ମହିଳାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ: ଥମୁନି ବେଆଇନ ଗଞ୍ଜେଇ ଚାଲାଣ ବେପାର। କେତେବେଳେ କମ୍ବଳ ଭିତରେ ଗଞ୍ଜେଇ ବେପାର କରି ଧରାପଡୁଛନ୍ତି ତ ଆଉ କେତେବେଳେ ଆମ୍ବୁଲାନ୍ସରେ ରୋଗୀ ନେବା ଆଳରେ ଚଲାଇଛନ୍ତି ଚୋରାଚାଲଣ। ଏବେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଦାମୀ କାରରେ ଚାଲିଥିଲା ଗଞ୍ଜେଇ ବେପାର। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କରିଛି ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ।

କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା କୁଆଖାଇ ପୋଲ ନିକଟରେ ଏକ ଦାମୀ କାରରୁ ୭୦ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ମୋଟ ୧୯ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ। ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ସେହିପରି ଜଗତପୁର ଗୋଲେଇ ଛକରେ ଚଢ଼ଉ କରି ଜଣେ ନିଶା ବେପାରୀକୁ ଧରିବା ସହିତ ତା ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତଠାରୁ ଏକ ବାଇକ ମଧ୍ୟ ଜବତ କରାଯାଇଛି ।

Leave A Reply

Your email address will not be published.