Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗ ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଖାରଜ କଲେ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗ ମାମଲାରେ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ଦଳୀୟ ନିର୍ଦ୍ଦେଶ ଉଲ୍ଲଙ୍ଘନ କରି ଭୋଟ ଦେଇଥିବା ବିଜୁ ଜନତା ଦଳ (ବିଜେଡି)ର ୮ ଜଣ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି।

 

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡିର ଏହି ଆଠ ଜଣ ବିଧାୟକ ଦଳୀୟ କ୍ୟାଣ୍ଡିଡେଟଙ୍କ ବିପକ୍ଷରେ ଯାଇ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗ ଉଠିଥିଲା। ଏହି ଆଣ୍ଟି-ପାର୍ଟି କାର୍ଯ୍ୟକଳାପ ଯୋଗୁଁ ଦଳ ପକ୍ଷରୁ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ସମ୍ବିଧାନର ଦଶମ ଅନୁସୂଚୀ (ଦଳ ବଦଳ ବିରୋଧୀ ଆଇନ) ଆଧାରରେ ବାଚସ୍ପତିଙ୍କ ନିକଟରେ ଫର୍ମାଲ ଆବେଦନ କରାଯାଇଥିଲା।

 

ତେବେ ବାଚସ୍ପତି ସୁରମା ପାଢ଼ୀ ଏହି ଆବେଦନର ଆଇନଗତ ଦିଗକୁ ତର୍ଜମା କରିବା ପରେ ଏହାକୁ ଗ୍ରହଣ କରିନାହାନ୍ତି। ଏହି ନିଷ୍ପତ୍ତି ପରେ ସମ୍ପୃକ୍ତ ବିଧାୟକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିବା ବେଳେ ବିଜେଡିର ରଣନୀତିକୁ ଶକ୍ତ ଧକ୍କା ଲାଗିଛି।

Leave A Reply

Your email address will not be published.