Latest Odisha News

BREAKING NEWS

ଯାହାକୁ ମେସୀ କୋଳରେ ବସାଇଥିଲେ, ସିଏ ଏବେ କଲେ ଗୋଲ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ସ୍ପେନ ତାର ଦ୍ୱିତୀୟ ମ୍ୟାଚରେ ସାଉଦି ଆରବକୁ ୪-୦ ଗୋଲରେ ପରାସ୍ତ କରିଛି । ସ୍ପେନର ଲ୍ୟାମିନ ୟନାଲ ୧୦ମ ମିନିଟରେ ଗୋଲ ସ୍କୋର କରିଥିଲେ । ୨୦୦୬ରେ ଆର୍ଜେଂଟିନାର ଲିଓନେଲ ମେସୀ ୧୮ ବର୍ଷ ବୟସରେ ପ୍ରଥମ ବିଶ୍ୱକପ ଖେଳିଥିଲେ । ସେ ସମୟରେ ସେ କମ ବୟସରେ ଷ୍ଟାର ସାଜିଥିଲେ । ୨୦୦୭ରେ ୟୁନିସେଫ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମେସୀ ଏକ ୬ ମାସର ପିଲାକୁ କୋଳରେ ଧରିଥିଲେ । ସେ ସମୟରେ ଏହି ପିଲାଟିକୁ କେହି ଜାଣି ନ ଥିଲେ । ଏହି ଛୋଟ ପିଲାଟି ଏବେ ସ୍ପେନର ଷ୍ଟାର ଖେଳାଳି ୟନାଲ ଭାବେ ପରିଚିତ ।

ୟନାଲ ଓ ମେସୀଙ୍କ ଫଟୋ ୧୭ ବର୍ଷ ପରେ ସର୍ବ ସମ୍ମୁଖକୁ ଆସିବା ପରେ ରହସ୍ୟ ଉପରୁ ପରଦା ଉଠିଛି । ବାର୍ସିଲୋନା ଏକାଡେମୀରେ ୟନାଲ ପ୍ରଶିକ୍ଷଣ ନେଉଥିଲେ । ସେଠାରେ ସେ ମେସୀଙ୍କ ନିକଟତର ହୋଇ ପାରିଥିଲେ । ୧୬ ବର୍ଷ ବୟସରେ ସେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ଆରମ୍ଭ କରିଥିଲେ । ସ୍ପେନକୁ ୟୁରୋ ୨୦୨୪ ଜିତାଇବାରେ ୟନାଲ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ମେସୀ ଓ ୟନାଲଙ୍କ ମଧ୍ୟରେ ଏକ ବଡ ସମାନତା ବିଶ୍ୱକପରେ ଦେଖିବାକୁ ମିଳିଛି । ମେସୀ ପ୍ରଥମ ବିଶ୍ୱକପ ଗୋଲ କରିବା ବେଳେ ତାଙ୍କୁ ୧୮ ବର୍ଷ ୩୫୭ ଦିନ ହୋଇଥିଲା । ୟନାଲ ୧୮ ବର୍ଷ ୩୪୩ ଦିନରେ ଗୋଲ କରିଛନ୍ତି ।

Leave A Reply

Your email address will not be published.