ପୁରୀ: ଆଇପିଏଲ ବେଟିଂ ରାକେଟର ବସ୍ ଗିରଫ। କିଙ୍ଗପିନ୍ କୁ ବାନ୍ଧିଲା ପୁରୀ ପୋଲିସ। ଫିଲ୍ମ ଷ୍ଟାଇଲରେ ନିଜ ନାଆଁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ହତେଇଥିଲା ବ୍ରହ୍ମପୁରର କ୍ରିଷ୍ଣ ପ୍ରସାଦ ତ୍ରିପାଠୀ। କ୍ରୀଷ୍ଣ ପ୍ରସାଦ ଜଣେ ହୋଟେଲ୍ ମାଲିକ ହୋଇଥିବା ବେଳେ ସେ ଚଳାଇଥିଲେ ବେଟିଂ ରାକେଟ। ଅଭିଯୁକ୍ତ କୃଷ୍ଣଚନ୍ଦ୍ର ତ୍ରିପାଠୀକୁ ବ୍ରହ୍ମପୁରରୁ ଗିରଫ କରିଛି ପୁରୀ ସାଇବର ଥାନା ପୋଲିସ। ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହ ଆକାଉଣ୍ଟରେ ଥିବା ୮ ଲକ୍ଷ ଟଙ୍କାର ଯାଞ୍ଚ କରୁଛି ପୋଲିସ।
କୃଷ୍ଣଚନ୍ଦ୍ର ତ୍ରିପାଠୀ ବ୍ରହ୍ମପୁରର ‘ନମସ୍ତେ’ ହୋଟେଲର ମାଲିକ। ଗତ ଏପ୍ରିଲ ୨୯ ତାରିଖରେ ପୁରୀ ପୋଲିସକୁ ବଡ ସଫଳତା ମିଳିଥିଲା। ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାଶ କରିଥିଲା। ଅନ୍ୟ ଡିଟେଲ୍ସ ଉପରେ ମଧ୍ୟ ପୋଲିସ ଛାନଭିନ କରୁଛି। ତେବେ ହୋଟେଲ ମାଲିକ କ୍ରିଷ୍ଣ ନିଜ ପରିଚୟ ଗୋପନ ରଖି ଏହି କାରବାର କରି ଆସୁଥିଲା। ବସ୍ ନାମରେ ତାକୁ ସମସ୍ତେ ଜାଣିଥିଲେ।
‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ବେଟିଂ ରାକେଟ ଚାଲିଥିଲା। ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ। ଏହି ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା। ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ୪ ଜଣଙ୍କୁ ଗିରଫ କରାଯାଇଥିଲା। ରାକେଟର ସଦସ୍ୟ ହ୍ବାଟସଆପ୍ ମାଧ୍ୟମରେ ଜଣଙ୍କୁ ବସ ବୋଲି ସମ୍ବିଧାନ କରୁଥିଲେ। ସେବେଠାରୁ ଏହି ବସ୍ କୁ ଖୋଜୁଥିଲା ପୋଲିସ। ତେବେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ।
