ଭୁବନେଶ୍ଵର: ଓଡି଼ଶାରେ ଷ୍ଟ୍ରିଟ୍ ଲାଇଟ୍ କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ସ୍ମାର୍ଟ ସିଟିରୁ ଆଲୁମିନିୟମ ଷ୍ଟ୍ରିଟ ଲାଇଟ୍ ଚୋରି କରିବା ଭଳି ଅଭିଯୋଗ ଆସିଛି। ରାଜଧାନୀ ଭୁବନେଶ୍ୱରରେ ବିଏମସିର ଷ୍ଟ୍ରିଟ୍ ଲାଇଟ୍ ଚୋରି ଘଟଣା ନେଇ ଚର୍ଚ୍ଚା ଥମୁନି। ୟୁପି ଷ୍ଟାଇଲରେ କମିଶନରେଟ୍ ପୁଲିସର ବୁଲଡୋଜର ଆକ୍ସନ। ଅପରାଧୀଙ୍କ ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ। ଖାରବେଳ ନଗର ଥାନା ଅଞ୍ଚଳରେ ଦୁଇ ଅଭିଯୁକ୍ତଙ୍କ ଘର ସମେତ ଏକ କବାଡିଆ ଦୋକାନ ଉପରେ ବୁଲିଲା ବୁଲଡୋଜର। ଅଭିଯୁକ୍ତମାନେ ହେଲେ ଶାନ୍ତି ନଗର ବସ୍ତିର ଶେଖ ହମିଦ ଓ ରମଜାନ। ଦୁଇ ଜଣ ରାସ୍ତା ଉପରୁ ବିଏମସିର ଲକ୍ଷ ଲକ୍ଷ ଟଙ୍କାର ଆଲୁମିନିୟମ ଷ୍ଟ୍ରିଟ୍ ଲାଇଟ ଚୋରି କରି ଫେରାର ଅଛନ୍ତି। ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଛି।
ସହରର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଆଲୁମିନିୟମ ଷ୍ଟ୍ରିଟ୍ ଲାଇଟ୍ ଚୋରି କରିବା ଅଭିଯୋଗରେ ୭ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ଏହି ମାମଲାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ତେବେ ଆଉ ୨ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ସୂଚନାନୁଯାୟୀ, ଆଲୁମିନିୟମ ଷ୍ଟ୍ରିଟ ଲାଇଟ୍ ଚୋରି ଘଟଣାରେ କମିଶନରେଟ୍ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଶାନ୍ତି ନଗର ବସ୍ତିର ଶେଖ ହମିଦ ଓ ରମଜାନଙ୍କ ଉପରେ ବୁଲଡୋଜର ଆକ୍ସନ ହୋଇଛି। ବିଏମସି ଏବଂ ପୁଲିସ ଉପସ୍ଥିତିରେ କମିଶନରେଟ୍ ପୁଲିସ ପ୍ରଥମେ ଦୁଇ ଅଭିଯୁକ୍ତ ଦୋକାନ ଘର ଭାଙ୍ଗିଛି। ଏହାପରେ ସେମାନଙ୍କ ଘର ଭଙ୍ଗା ଯାଇଛି।
ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ତଲାସି ଚାଲିଥିବାବେଳେ, ସେମାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ, ଚୋରି ହୋଇଥିବା ସାମଗ୍ରୀ କିଣିଥିବା ଏକ କବାଡ଼ିଆ ଦୋକାନକୁ ମଧ୍ୟ ପ୍ରଶାସନ ଟାର୍ଗେଟ୍ କରିଛି । ତଦନ୍ତରେ ଜଣାପଡ଼ିଛି ଯେ, ଚୋରି ହୋଇଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକୁ କାଟି ବିଭିନ୍ନ ସ୍କ୍ରାପ୍ ଦୋକାନରେ ବିକ୍ରି କରାଯାଉଥିଲା । ସରକାରୀ ସମ୍ପତ୍ତି ଚୋରି ଏବଂ ଏହାର ବେଆଇନ କାରବାର ବିରୋଧରେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।
