Latest Odisha News

BREAKING NEWS

ବିଜେଡିରେ ସୁଜାତା ମିଶିବା ପରେ ନବୀନଙ୍କ ବଡ଼ ଘୋଷଣା, ମୁଁ ନିର୍ବାଚନ…

ଭୁବନେଶ୍ବର: ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ବ୍ୟୁରୋକ୍ରାଟ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଛନ୍ତି।

ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ ଦଳର ଜଣେ ସଦସ୍ୟ ଭାବରେ ଯୋଗ ଦେଇଛନ୍ତି। “ଗଣମାଧ୍ୟମ ଏବଂ ଅନ୍ୟ ସମସ୍ତଙ୍କ ସୂଚନା ପାଇଁ ମୁଁ ପୁଣି ଥରେ ଏହା ପୁନର୍ବାର କହିବାକୁ ଚାହୁଁଛି ଯେ ନିଶ୍ଚିତ ଭାବରେ ମୁଁ ଆଗାମୀ ନିର୍ବାଚନରେ ବିଜେଡିର ନେତୃତ୍ୱ ନେବି।

ସୁଜାତା କହିଛନ୍ତି ଯେ ସେ ୨୪ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ପାଇ ଭାଗ୍ୟବାନ। “ଆଜି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଣି ଥରେ ରାଜ୍ୟବାସୀଙ୍କ ପାଇଁ କାମ କରିବାର ଏହି ସୁଯୋଗ ପାଇ ମୁଁ ଧନ୍ୟ। ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠାର ସହ କାମ କରିବି।

ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ଟୁକୁନି ସାହୁ, ସୁଲତା ଦେଓ ଏବଂ ଚନ୍ଦ୍ରଶେଖର ସାହୁଙ୍କ ସମେତ ବରିଷ୍ଠ ନେତାମାନେ ଏବଂ ବିଧାୟକଙ୍କ ସହିତ ଶଙ୍ଖ ଭବନରେ ଏକତ୍ରିତ ହୋଇଥିଲେ।

ଅପରପକ୍ଷରେ ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବହୁ ବରିଷ୍ଠ ନେତାଙ୍କ ସହ ଦୀର୍ଘ ସମୟ ଧରି ରଣନୈତିକ ଆଲୋଚନା କରିଥିଲେ।  ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା।

Leave A Reply

Your email address will not be published.