ନୂଆଦିଲ୍ଲୀ: ଏସିଆନ ଜୁନିୟର ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ଭାରତର ହର୍ଷିତ ଦାମୋଦରନ ଓ ଅକ୍ଷତ ବଜାଜ ଇତିହାସ ରଚିଛନ୍ତି । ହର୍ଷିତ ସ୍ୱର୍ଣ୍ଣ ଏବଂ ଅକ୍ଷତ ରୌପ୍ୟ ପଦକ ଜିତି ଭାରତର ମାନ ବଢ଼ାଇଛନ୍ତି । ପ୍ରଥମଥର ପାଇଁ ଭାରତ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଓ ରୌପ୍ୟ ଏକାଥରକେ ହାସଲ କରିଛି । ସ୍ୱର୍ଣ୍ଣ ପଦକ ପାଇଁ ଭାରତର ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ ଶେଷରେ ହର୍ଷିତ ବାଜି ମାରିଥିଲେ । ସେ ୧୩.୬୪୯ ସ୍କୋର କରିଥିବା ବେଳେ ଅକ୍ଷତ ୧୩.୪୩୩ ସହ ଦ୍ୱିତୀୟରେ ରହିଥିଲେ ।
ଭାରତର ପୁରୁଷ ଜିମ୍ନାଷ୍ଟିକ୍ସ କୋଚ ରାକେଶ ପାତ୍ର ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ନ୍ୟାଶନାଲ କ୍ୟାମ୍ପରେ କଡା ଅଭ୍ୟାସ କରିଥିଲେ । ରାକେଶ ଦୃଢ଼ତା ସହକାରେ କହିଛନ୍ତି ଭାରତୀୟ ଜିମ୍ନାଷ୍ଟ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଶ୍ଚିତ ଭାବେ ପଦକ ଜିତିବେ ।

