Latest Odisha News

BREAKING NEWS

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର, ୬ ମାସରେ ୧୮ ମନ୍ଦିର ଓ ମଠରୁ ଚୋରି

ପୁରୀ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ମନ୍ଦିର ଲୁଟେରା ମାତିଛନ୍ତି । ଗତ ୬ ମାସ ମଧ୍ୟରେ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ୧୮ଟି ମନ୍ଦିର ଓ ବିଭିନ୍ନ ମଠରୁ ଚୋରି ହୋଇଥିବା ଖବର ରହିଛି । କିନ୍ତୁ ଅପରାଧୀ ଏଯାଏଁ ଧରାପଡି ନାହାଁନ୍ତି । ପୁଣି ଗତକାଲି ବିଳମ୍ବିତ ରାତିରେ ଶିଶୁଅ ପଞ୍ଚାୟତର ପ୍ରସିଦ୍ଧ ହରି ସହଦେବ ମନ୍ଦିରରୁ ଲୁଟ ହୋଇଛି । ପ୍ରାୟ ତେରଶହ ଗ୍ରାମର ରୁପା ମୁକୁଟ, ପିତ୍ତଳ ହଣ୍ଡା, ହୁଣ୍ଡିରୁ ଟଙ୍କା ଚୋରି ହୋଇଛି ।

ଅସ୍ତରଙ୍ଗ ଥାନା ଶିଶୁଅ ପଂଚାୟତ ରେ ଦୁଇ ଦିନରେ ଏହି ମନ୍ଦିରକୁ ମିଶାଇ ଚାରୋଟି ମନ୍ଦିର ମଠରୁ ଚୋରି ହେଲାଣି । ଅସ୍ତରଙ୍ଗ ପୋଲିସ ଚୋରକୁ ଠାବ କରି ଚୋରି ସାମଗ୍ରୀକୁ ଜବତ କରିବାରେ ବିଫଳ ହୋଇଛି ।

ସ୍ଥାନୀୟ ବାସିନ୍ଦା ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ମନ୍ଦିରଗୁଡ଼ିକର ସୁରକ୍ଷା ବଢ଼ାଇବାକୁ ଦାବି କରିଛନ୍ତି।

Leave A Reply

Your email address will not be published.