ଭୁବନେଶ୍ୱର: ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ (Rehabilitation Center) ଅନ୍ତେବାସୀଙ୍କ ବାରମ୍ବାର ସନ୍ଦେହଜନକ ମୃତ୍ୟୁ ଏବଂ ନିର୍ଯାତନା ଘଟଣା ଚିନ୍ତାଜନକ। ନିକଟରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ପଣ୍ଡୁଆ ନିକଟରେ ଥିବା ଏକ କେନ୍ଦ୍ରରେ ଜଣେ ଯୁବକଙ୍କୁ ହାତଗୋଡ଼ ବାନ୍ଧି ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ନିଶା ନିବାରଣ କେନ୍ଦ୍ର ବାରମ୍ବାର ଏପରି ମୃତ୍ୟୁ ପରେ ଚେତିଲେ ସରକାର। ସମସ୍ତ ଜିଲ୍ଲାରୁ ୭ ଦିନ ମଧ୍ୟରେ ରିପୋର୍ଟ ତଲବ କଲା ଏସ୍ଏସ୍ଇପିଡି। ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍ଏସ୍ଓ)ଙ୍କୁ ଜିଲ୍ଲାର ତଥ୍ୟ ଦେବାକୁ ନିର୍ଦ୍ଦେଶ। ପଞ୍ଜୀକରଣ ଓ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେବ ନୂଆ ଏସ୍ଓପି। ଓଡ଼ିଶାରେ ଏଭଳି ବେଆଇନ ଓ ଅବ୍ୟବସ୍ଥିତ ନିଶା ନିବାରଣ କେନ୍ଦ୍ରଗୁଡ଼ିକ ବିରୋଧରେ ସରକାରୀ ସ୍ତରରେ କଠୋର ପଦକ୍ଷେପ ନିଆଯାଉଛି।
