Latest Odisha News

BREAKING NEWS

ସ୍ନାନପୂର୍ଣ୍ଣିମାରେ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା; ଜାଣନ୍ତୁ କେଉଁ ପଟେ ଗଲେ କେଉଁଠି ଗାଡି ପାର୍କିଂ କରିବେ

ପୁରୀ: ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନପୂର୍ଣ୍ଣିମା । ସ୍ନାନଯାତ୍ରାରେ ରତ୍ନସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ଧାଡ଼ି ପହଣ୍ଡିରେ ଆସିବେ ଚତୁର୍ଦ୍ଧା ବିଗ୍ରହ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରୁଖୁରୁରେ ନୀତି ସମ୍ପାଦନ, ଜଳ ଲାଗି ଓ ହାତୀ ବେଶକୁ ଅକ୍ଷୁଣ୍ଣ ରଖିବା ପାଇଁ ଗୁରୁତ୍ଵ ଦିଆଯାଉଥିବାବେଳେ, ଏହି ସମୟରେ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି ।

ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁସାରେ, ଦୁଇ ଚକିଆ ଯାନ ନିମନ୍ତେ, ଭୁବନେଶ୍ବର ପାର୍ଶ୍ବର କମ୍ବା ବ୍ରହ୍ମଗିରି ପାର୍ଶ୍ବରୁ କିମ୍ବା କୋର୍ଣାର୍କ ପାର୍ଶ୍ବରୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି । ଏଥିପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହା ସହ ପୁରୁଣା ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ ମଧ୍ୟ କରିପାରିବେ ।

ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିଲେ ନରେନ୍ଦ୍ର କୋଣରୁ ଜଟିଆ ବାବା ଛକ ଦେଇ ଫେରିବେ । ସେହିପରି ମ୍ୟୁନସିପାଲିଟି ମାର୍କେଟ କମ୍ପ୍ଲକ୍ସରେ ପାର୍କିଂ କରିଥିଲେ ମେଡିକାଲ ଛକ ଦେଇ ଫେରିବେ । ଯାତ୍ରୀ ଦୁଇ ଚକିଆରେ ସମୁଦ୍ର କୂଳକୁ ଆସୁଥିଲେ ଭିଆଇପି ରୋଡ୍ ଦେଇ ଦିଗବାରିଣିରେ ପାର୍କିଂ କରିବେ ।

ହାଲୁକା ଯାନ ନେଇ ଭୁବନେଶ୍ୱର ପଟୁ ପୁରୀ ଯାଉଥିଲେ, ସାକ୍ଷୀଗୋପାଳ- ମାଳତିପାଟପୁର-ବାଟଗାଁ-ଶ୍ରୀସେତୁ ଦେଇ ନ୍ୟୁ ଜେବିପିସିରେ ପାର୍କିଂ କରିବେ । ନ୍ୟୁ ଜେବିପିସି ପାର୍କିଂ ଫୁଲ୍ ଥିଲେ ଜେଲ୍ ରୋଡରେ ପାର୍କିଂ କରିବେ । ଜେଲ୍ ରୋଡ୍ ପାର୍କିଂ ଫୁଲ୍ ଥିଲେ ମେଡିକାଲ ଛକ-ବଡଶଙ୍ଖ ଦେଇ ଶରଧା ବାଲି ନିକଟରେ ପାର୍କିଂ କରି ପାରିବେ ଯାତ୍ରୀ ।

ଶରଧାବାଲି ପାର୍କିଂ ଫୁଲ୍ ଥିଲେ ଯାତ୍ରୀ ମେଡିକାଲ ଛକ-ଭିଆଇପି ରୋଡ ଦେଇ ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଏବଂ ହୋଟେଲ ନୀଳାଚଳ ଅଶୋକ ପାର୍କିଂରେ ଗାଡ଼ି ରଖି ପାରିବେ। ସବୁ ପାର୍କିଂ ଫୁଲ୍ ଥିଲେ ଯାତ୍ରୀ ମାଳତିପାଟପୁର-ଆରଓବି-ବାଇଦାସ ନଗର- ଗ୍ରୀଡ ଷ୍ଟେସନ-ଭୂଦାନ ଛକ ଦେଇ ତାଳବଣିଆ ପାର୍କିଂରେ ଗାଡ଼ି ରଖିବେ ।

ଯାତ୍ରୀ ବ୍ରହ୍ମଗିରି ପଟୁ ଆସୁଥିଲେ ଶ୍ରୀସେତୁ ଦେଇ ନ୍ୟୁ ଜେବିପିସି ପାର୍କିଂରେ ଗାଡ଼ି ରଖିବେ । ଏହାସହ ଯାତ୍ରୀ ମଙ୍ଗଳା ଘାଟ ଛକ-ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ଗାଡ଼ି ରଖି ପାରିବେ । ଯାତ୍ରୀମାନେ ହାଲୁକା ଯାନ ନେଇ ସମୁଦ୍ର କୂଳକୁ ଯାଉଥିଲେ ବାଟଗାଁ-ମଙ୍ଗଳା ଘାଟ-ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ଗାଡ଼ି ରଖି ପାରିବେ ।

ଯାତ୍ରୀ କୋଣାର୍କ ପଟୁ ଆସୁଥିଲେ ବାଇଦାସ ନଗର-ଗ୍ରୀଡ ଷ୍ଟେସନ-ପେଣ୍ଠକଟା-ସିଟି ରୋଡ୍- ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚ୍ ପାର୍କିଂ ଓ ହୋଟେଲ ନୀଳାଚଳ ଅଶୋକ ପାର୍କିଂରେ ଗାଡ଼ି ରଖିବେ । ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଓ ହେଟେଲ ନୀଳାଚଳନ ଆଶୋକ ପାର୍କିଂ ଫୁଲ ହେଲେ ଯାତ୍ରୀ ଭୁଦାନ ଛକ ଦେଇ ତାଳବଣିଆ ପାର୍କିଂ-ଆଇଟିଆଇ ପାର୍କିଂରେ ଗାଡ଼ି ରଖିବେ ।

Leave A Reply

Your email address will not be published.