Latest Odisha News

କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଛି । ଏଥିସହ କୋହଲି ଲଗାତାର ତୃତୀୟ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଗତ ବର୍ଷ ତୁଳନାରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩୯ ପ୍ରତିଶତ ବୃଦ୍ଧି ପାଇଛି ।

ମହେନ୍ଦ୍ର ସିଂ ଧୋନୀ, ସଲମାନ ଖାଁ, ଶାହାରୁଖ ଖାଁ, ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କୁ ମଧ୍ୟ ସେ ପଛରେ ପକାଇଛନ୍ତି । ଗ୍ଲୋବାଲ ଏଡଭାଇଜର୍ସ ଫର୍ମ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି ।

ଓଭରାଲ ରିପୋର୍ଟରେ କୋହଲିଙ୍କ ପଛକୁ ଅକ୍ଷୟ କୁମାର (୭୪୪ କୋଟି), ଦୀପିକା ପାଦୁକୋନ (୬୬୫), ରଣବୀର ସିଂ (୬୬୫), ଶାହାରୁଖ ଖାଁ (୪୭୦) ଓ ସଲମାନ ଖାଁ ୩୯୭ କୋଟି ଟଙ୍କା ସହ ଯଥାକ୍ରମେ ୨ରୁ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.