Latest Odisha News

BREAKING NEWS

Lightning strike:କୁସୁମ କୋଳି ତୋଳିବାକୁ ଯାଇ ଆଉ ଫେରିଲେନି ମା’-ଝିଅ;ବଜ୍ରପାତ ନେଲା ଜୀବନ

ନବରଙ୍ଗପୁର: କୁସୁମ କୋଳି ତୋଳିବା ସମୟରେ ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମପଞ୍ଚାୟତର ନିନାଶପାଣି ଗ୍ରାମରେ ।ମୃତକ ହେଲେ ଦମୟନ୍ତୀ ମୁଦୁଲି (୫୦) ଓ ଚମ୍ପା ମୁଦୁଲି (୨୦)।

ସୂଚନାମୁତାବକ, ମା’-ଝିଅ ଆଜି ଦ୍ବିପହରରେ ଗ୍ରାମଠାରୁ ଅଧ କିଲୋମିଟର ଦୂରରେ ନିଜ ଜମିରେ ଥିବା ଏକ କୁସୁମ ଗଛରୁ କୋଳି ତୋଳିବାକୁ ଯାଇଥିଲେ। ଏହି ସମୟରେ ରବିବାର ଅପରାହ୍ନ ୩ଟା ସମୟରେ ହଠାତ୍‌ ପାଗ ବଦଳିଯିବା ସହ ବର୍ଷା ଓ ଘଡ଼ଘଡ଼ି ଆରମ୍ଭ ହୋଇଥିଲା।
ବଜ୍ରପାତରେ ଦମୟନ୍ତୀ ଏବଂ ଚମ୍ପାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ମୃତ ଚମ୍ପା ମୁଦୁଲି ସ୍ଥାନୀୟ ବିଦ୍ୟାଳୟରେ ଶିଶୁ ସେବିକା ଭାବେ କାର୍ଯ୍ୟରତ ଥିଲେ। ଏକାସାଙ୍ଗରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣା ପରିବାର ସହ ସମଗ୍ର ଗ୍ରାମକୁ ଶୋକାକୁଳ କରିଦେଇଛି ।

 

 

Leave A Reply

Your email address will not be published.