Latest Odisha News

BREAKING NEWS

ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଜିଲ୍ଲା କମିଟି ଘୋଷଣା, ୯ ଜଣ ଦକ୍ଷ ସଂଗଠକଙ୍କୁ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ବର: ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ, ୯ ଜଣ ଦକ୍ଷ ଓ ଦୃଢ ସଂଗଠକଙ୍କୁ ୯ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି । ଜିଲ୍ଲା ସଭାପତିମାନଙ୍କ ନିଯୁକ୍ତିରେ ମଧ୍ୟ ବରିଷ୍ଠ ଓ ଅଭିଜ୍ଞ ନେତୃତ୍ବଙ୍କ ସହିତ ଯୁବ ନେତୃତ୍ବମାନଙ୍କୁ ସୁଯୋଗ ପ୍ରଦାନ କରି ଓଜେସି ଯୁବକମାନଙ୍କର ଦଳ ବୋଲି ସଭାପତି ମହମ୍ମଦ ମୋକିମ୍ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।

ଜିଲ୍ଲା ସଭାପତିମାନଙ୍କ ମଧ୍ୟରେ କୋରାପୁଟ ପାଇଁ ମନୋଜ କୁମାର ବାଘଙ୍କ ନାମ ଘୋଷଣା କରାଯାଇଥିବାବେଳେ, କନ୍ଧମାଳ ପାଇଁ ଆନନ୍ଦେଶ୍ବର କଅଁରଙ୍କ ନାମ ଘୋଷଣା ହୋଇଛି । ସେହିପରି, ବଲାଙ୍ଗୀର ପାଇଁ ରୂପେଶ କୁମାର ବେହେରାଙ୍କ ନାମ ଘୋଷଣା ହୋଇଛି, ଭୁବନେଶ୍ବର ପାଇଁ ବଦ୍ରି ନାରାୟଣ ମହାନ୍ତି, କଟକ ସହର ପାଇଁ ଗିରିବାଳା ବେହେରା, କଟକ ପାଇଁ ଅନିଲ କୁମାର ବେହେରା, ଯାଜପୁର ପାଇଁ ବିଦ୍ୟାଧର ମହାନ୍ତି, ଜଗତସିଂହପୁର ପାଇଁ ସତ୍ୟଦୀପ ବିଶ୍ବାଳ ଓ କେନ୍ଦ୍ରାପଡା ପାଇଁ ଅଶୋକ ପ୍ରତିହାରୀଙ୍କୁ ଦାୟିତ୍ବ ମିଳିଛି ।

ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବା ପରେ ସମସ୍ତ ନୂତନ ପଦାଧିକାରୀମାନଙ୍କୁ ଓଜେସି ସଭାପତି ମହମ୍ମଦ ମୋକିମ୍ ଶୁଭେଚ୍ଛା ଜଣାଇବା ସହ ସେମାନେ ଓଜେସି ସଂଗଠନକୁ ମଜବୁତ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Comments are closed.