Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ: ଏକାଥରକେ ୩ଜଣ ମହାନ ଖେଳାଳି ନେଲେ ଅବସର

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଶେଷ ଗ୍ରୁପ ମ୍ୟାଚରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଛି । ଏଥିସହ ନ୍ୟୁଜିଲାଣ୍ଡର ବିଶ୍ୱକପ ଅଭିଯାନ ମଧ୍ୟ ଶେଷ ହୋଇଛି । ମ୍ୟାଚ ପରେ ନ୍ୟୁଜିଲାଣ୍ଡର ୩ଜଣ ମହାନ ଖେଳାଳି ଏକାଥରକେ ଅବସର ଘୋଷଣା କରିଛନ୍ତି । ଏହି ୩ଜଣ ହେଲେ ସୋଫୀ ଡିଭାଇନ, ସୁଜୀ ବେଟ୍ସ ଓ ଲୀ ତାହୁହୁ । ଅବଶ୍ୟ ଟୁର୍ଣ୍ଣାମେଂଟ ଆରମ୍ଭ ପୂର୍ବରୁ ସେମାନେ ଏହା ତାଙ୍କ ଶେଷ ବିଶ୍ୱକପ ବୋଲି କହିଥିଲେ । ସୁଜୀ ନ୍ୟୁଜିଲାଣ୍ଡ କ୍ରିକେଟର ଏକ ଐତିହାସିକ ଖେଳାଳି ।

ସେ ୩୭୦ ଆନ୍ତର୍ଜାତୀୟ ମ୍ୟାଚରେ ୧୦୭୨୧ ରନ ସଂଗ୍ରହ କରିଛନ୍ତି । ଅଲରାଉଣ୍ଡର ସୋଫୀ ଡିଭାଇନ ୩୧୭ ମ୍ୟାଚ ଖେଳିଛନ୍ତି । ସେ ଦିନିକିଆରେ ୪୨୭୯ ଓ ଟି୨୦ରେ ୩୮୧୭ ରନ କରିଛନ୍ତି । ଏହା ବ୍ୟତୀତ ସେ ୨୪୧ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ସେହିପରି ପେସ ବୋଲର ତୁହୁହୁ ୧୫ ବର୍ଷ ଆନ୍ତର୍ଜାତୀୟ କ୍ୟାରିୟରରେ ୨୦୭ ମ୍ୟାଚ ଖେଳି ୨୨୫ ୱିକେଟ ନେଇଛନ୍ତି । ମ୍ୟାଚ ପରେ ଦୁଇ ଦେଶର ଖେଳାଳିମାନେ ଏହି ୩ଜଣଙ୍କୁ ମିଳିତ ଭାବେ ଗାର୍ଡ ଅଫ ଅନର ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.