Latest Odisha News

BREAKING NEWS

ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର: ଜୁଲାଇ ୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୪ ତାରିଖ ଦିନ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଅଭିମୁଖେ ଯାତ୍ରା କରିବେ । ଗୃହମନ୍ତ୍ରୀ ଇଥାନଲ୍‌ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

ବରଗଡ଼ରେ କାର୍ଯ୍ୟକ୍ରମ ଶେଷ ପରେ ଗୃହମନ୍ତ୍ରୀ ଶାହ ସମ୍ବଲପୁର ଯାଇ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ୫ ତାରିଖରେ ସମ୍ବଲପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି । ତାଙ୍କ ଏହି ଗସ୍ତକୁ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି ।

ଏହି ଗସ୍ତରେ ସେ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଦଳୀୟ ନେତୃତ୍ୱ ଓ କର୍ମୀମାନଙ୍କୁ ମାର୍ଗଦର୍ଶନ ଦେଇପାରନ୍ତି । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଉଛି ।

Leave A Reply

Your email address will not be published.