ଖୋର୍ଦ୍ଧା: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ, ଏକ ଗଣ୍ଡଗୋଳ ମାମଲାରେ ଥାନାକୁ ଆଣିଥିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ । ହାଜତରେ ଅବସ୍ଥା ଗୁରୁତର ହେବାରୁ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବେ ହାଜତରେ ପୋଲିସ ବାଡ଼େଇ ବାଡ଼େଇ ଯୁବକଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନ୍ୟପକ୍ଷେ ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସପି । ସିସିଟିଭି ଫୁଟେଜରେ ସତ୍ୟତା ରହିଥିବା କହିଛନ୍ତି ଏସପି ।
